Home ଓଡ଼ିଶା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକ ମାଧ୍ୟମରେ ଚାପଗସ୍ତରୁ ଦୁରେଇ ରହିବା ପାଇଁ ଗଣମାଧ୍ୟମ...

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକ ମାଧ୍ୟମରେ ଚାପଗସ୍ତରୁ ଦୁରେଇ ରହିବା ପାଇଁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନେଇ କର୍ମଶାଳା

62

ମାଲକାନଗିରି,୨୨ ।୧୧ (ଓଡିଆ ପୁଅ )ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଲକାନଗିରି ଜିଲ୍ଲାଶାଖା କାର୍ଯ୍ୟାଳୟ ଠାରେ ଆଧ୍ୟାତ୍ମିକ ମାଧାମରେ ଚାପଗସ୍ତ ମନକୁ ଦୁରେଇ ରଖିବା ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଆଜି ଏକ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୂଦୁର ରାଜସ୍ଥାନ ମାଉଟଂ ଆବୁ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ପ୍ରବକ୍ତା ରାଜରୋଗୀ ବିକେ ରୁପେଶ ଭାଇଜୀ ଯୋଗଦେଇ ସମାଜ ଗଠନରେ ଗଣମାଧ୍ୟମ ର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁଣ୍ଣ ର୍ ରହିଛି ,ସେମାନେ କିପରି ଆଧ୍ୟାତ୍ମିକ ମାଧ୍ୟମରେ ଚାପଗସ୍ତ ମନରୁ ଦୁରେଇ ରହି ବୁଦ୍ଧି ଜ୍ଞାନ ମାଧ୍ୟମରେ ଇଶ୍ୱରଙ୍କ ଆଶ୍ରିତ ହୋଇ ସାମ୍ବାଦିକ ମାନେ କିଭଳି ସମ୍ମାନର ସହ ନିଜର କର୍ମ କ୍ଷେତ୍ରରେ ଆଗେଇ ଯିବେ ସେନେଇ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ମୁଖ୍ୟବକ୍ତା ଭାବେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ନବରଂଗପୁର ଓମ ଶାନ୍ତି ଆଶ୍ରମର ମୁଖ୍ୟ ରାଜଜୋଗୀ ବିକେ ନିଲମ ଦିଦିଜୀ ,ସମ୍ମାନୀତ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟମାଢ,ବ୍ରହ୍ମକୁମାରୀ ନମିତା ଜୀ,ବିକେ ଅଭିଜୀତ ଜୀ ,ବ୍ରହ୍ମକୁମାରୀ ଗୀତା ଜୀ ଯୋଗଦେଇ ପ୍ରକୃତ ଯୋଗୀ ଜୀବନ,ପରମାତ୍ମା ଶିବଙ୍କର ଅଭୁ୍‌ତପରିଚୟ ସଂପର୍କରେ କହିବା ସହିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆଧ୍ୟାତ୍ମିକ ଚିନ୍ତାଧାରା ମାର୍ଗରେ ପରିଚାଳିତ ହୋଇ ନିଜ ମନ ଓ ଜୀବନକୁ ସୁସ୍ଥ ନିରୋଗ ରଖିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମେ ବିକେ ରୁପେଶ ଜୀଙ୍କୁ ଭବ୍ୟସମ୍ବର୍ଦ୍ଦନା ଦିଆ ଯାଇ ଆଦିବାସୀ ପାରମ୍ପାରିକ ନୃତ୍ୟ ମାଧ୍ୟମରେ ମଚଂସ୍ଥଳକୁ ପାଛୋଟି ଅଣା ଯାଇଥିଲା । ମାଲକାନଗିରି ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ପରିଚାଳିକା ବ୍ରହ୍ମକୁମାରୀ ଜୟନ୍ତୀ ଜୀ ସଭା ପରିଚାଳନା କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଅଚଂଳରୁ ଗଣମାଧ୍ୟମ ପ୍ରତିନିଧିନ ମାନେ ଉପସ୍ଥିତ ରହି ଆଧ୍ୟାତ୍ମିକ ଚିନ୍ତାଧାରା ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ବ୍ରହ୍ମକୁମାରୀ ସଜୁଂ ଜୀ, ବିକେ ରୁବୀ,ବିକେ ତ୍ରିବେଣୀ,ବିକେ ଲକ୍ଷମୀ,ବିକେ ପ୍ରବୀଣା,ବିକେ ସୁଶାନ୍ତ,ବିକେ ଅରୁଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ବିକେ ଜୟନ୍ତୀ ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.