Home ଓଡ଼ିଶା ଜିଲ୍ଲାଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଚଢଉ,୧କୋଟି୧୧ଲକ୍ଷଟଙ୍କାର ଗଜେଂଇ ଗଛ ନଷ୍ଟ

ଜିଲ୍ଲାଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଚଢଉ,୧କୋଟି୧୧ଲକ୍ଷଟଙ୍କାର ଗଜେଂଇ ଗଛ ନଷ୍ଟ

51

ମାଲକାନଗିରି,୨୨ ।୧୧(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ଥାନାପୁଲିର ମିଳିତ ଚଢଉରେ ୧କୋଟି ୧୧ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡି ନଷ୍ଟ କରାଯାଇଛି । ଆଜି ସକାଳେ ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅରୁଣ କୁମାର ପାଢୀ ଙ୍କ ନେତୃତ୍ୱରେ ଆଇଆଇସି ଉଦୟଲାଲ ନାୟକ,ଓଆଇସି ରାମଜି ପୋଟେଲ,ଏଏସଆଇ ଦିନେଶ କୁମାର,ରାଜୁ କୁମାର ଖିତି,ଚିତ୍ରକୋଣ୍ଡା ଥାନା ଓ ଅବକାରୀ ବିଭାଗ କର୍ମଚାରୀ ମାନେ ବଡପଦର ପଚାଂୟତ ସ୍ଥ ରେଖାପାଲି,କମାରଗୁଡା,ପଳାଶପଦର ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ଚାଷ ହୋଇଥିବା ଗଜେଂଇ ଗଛ ଗୁଡିକୁ କାଟିଦେଇଥିଲେ ।ପ୍ରାୟ୮୫ ଏକର ଜମିରୁ ୧ଲକ୍ଷ୨୭ହଜାର୫୦୦ ଗଜେଂଇ ଗଛ ଗୁଡିକୁ କାଟି ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ଅଶୋକକୁମାର ମୁଦୁଲି ଙ୍କ ଉପସ୍ଥିତିରେ କାଟିଥିବା ଗଜେଂଇ ଗଛଗୁଡିକୁ ପୋଡି ନଷ୍ଟକରିଦେଇଥିଲେ । ନଷ୍ଟକରାଯାଇ ଥିବା ଗଜେଂଇ ଗଛ ଗୁଡିକର ମୂଲ୍ୟ ପ୍ରାୟ ୧କୋଟି୧୧ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.