Home ଓଡ଼ିଶା ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

69

ଝାରସୁଗୁଡା ୦୩-୦୯ (ଓଡ଼ିଆ ପୁଅ/ଶ୍ରୀକାନ୍ତ କୁମାର ସାହୁ)ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି। ଏକ ସମୟରେ ୬ଟି ସ୍ଥାନରେ ଏହି ଚଢଉ କରାଯାଇଛି। ଚଢଉ କରାଯାଇଥିବା ସ୍ଥାନ ମଧ୍ୟରେ ରହିଛି ତାଙ୍କର ସରକାରୀ କ୍ୱାଟର୍ସ, ଅଫିସ, ବେଲମୁୁଣ୍ଡା ପୈତୃକ ଘର, ଶ୍ୱଶୂର ଘର। ସମ୍ବଲପୁର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରେଣ୍ଟ ଏବଂ ଭିଜିଲାନ୍ସ ଏସପିଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉ ଚାଲିଛି। ଭିଜିଲାନ୍ସ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ବ୍ରଜରାଜନଗ ର ମୁନିସିପାଳିଟି କଲୋନୀରେ ଥିବା ତାଙ୍କ ସରକାରୀ ଘର, ଅଫିସ, ପୈତୃକ ଘର ସୁନ୍ଦରଗଡ ଜିଲ୍ଲା ବେଲମୁଣ୍ଡା ଓ ନିଜ ଗାଁ କାଳୁଵାହାଲ ଘରେ ଏକାସାଙ୍ଗରେ ଚଢ଼ାଉ ଚାଲିଛି। ଏଥିରେ ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଓ ଝରସୁଗୁଡ଼ାର ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ସାମିଲ ଅଛନ୍ତି। ତାଙ୍କ ସମ୍ପତ୍ତି, ବିଭିନ୍ନ କାଗଜପତ୍ର ଓ ନଗଦ ଯାଞ୍ଚ କରା ଯାଉଥିବା ବେଳେ ପରେ ସବିଶେଷ ତଥ୍ୟ ଜଣପଡିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.