Home ଜିଲ୍ଲା ପରିକ୍ରମା ଚାଷୀଙ୍କ ଫସଲ ବୀମା ଓ ସାର କଳା ବଜାର ନେଇ ବିକ୍ଷୋଭ ପ୍ରଦର୍ଶନ

ଚାଷୀଙ୍କ ଫସଲ ବୀମା ଓ ସାର କଳା ବଜାର ନେଇ ବିକ୍ଷୋଭ ପ୍ରଦର୍ଶନ

117

ବଲାଙ୍ଗୀର, ୦୩-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଚାଷୀଙ୍କ ଫସଲ ବୀମା ରାଶି ଓ ସାର କଳାବଜାର କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବଲାଙ୍ଗିର ଜିଲା ଆଗଲପୁର ଅଞ୍ଚଳର କେତେକ ଚାଷୀ ଆଗଲପୁର ଡୁଡୁକା ବ୍ଲକ କାର୍ୟ୍ୟାଳୟ ଆଗରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଲୋଇସିଂହା ବିଧାୟକଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଏହାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହୋଇଥିଲା। ଜିଲା ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯିବା ସହିତ ଗୁରୁବାର ଲୋଇସିଂହା ଥାନାରେ ଏତଲା ଦିଆଯାଇଛି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଚାଷୀମାନେ ଠିକ ସମୟରେ ଶସ୍ୟ ବୀମା ପାଉଣା ତଥା ସାର ପାଇବାରୁ ବଞ୍ଚିତ ରହିଛନ୍ତି। ନିଜ ତ୍ରୁଟିକୁ ଲୁଚାଇବାକୁ ଯାଇ ଶାସକ ଦଳର କିଛି ନେତାଙ୍କ ପ୍ରରୋଚନାରେ କେତେକ ବ୍ୟକ୍ତି ବିଧାୟକ ଶ୍ରୀ ମହାଲିଙ୍ଗ ଙ୍କ ବିରୋଧରେ ଅବାନ୍ତର ଅଭିଯୋଗ ଆଣିବା ସହିତ ତାଙ୍କ ମାନହାନୀ କରିଛନ୍ତି। ଏହାର ପ୍ରତିବାଦରେ ଜିଲା ବିଜେପି ପକ୍ଷରୁ ଆଗଲପୁର ବ୍ଲକ ନୁନିଆପାଲିର ଭିକ ପାତ୍ର, ଡୁଡୁକାର ବିରେନ୍ଦ୍ର ନାଏକ, କେଶେଇପାଲିର ଅଶୋକ ପଟେଲ ଓ ଜଗନ୍ନାଥ ନାଏକ, ମହୁଳପାଲିର ଅନ୍ଦାରୁ ସାହୁ, ଭାଲୁପାଲି ର ବସନ୍ତ ଭୋଇ ଓ ଇଂସାର ସୂର୍ଯ୍ୟ ସ୍ବାଇଁଙ୍କ ବିରୋଧରେ ଥାନାରେ ଏତଲା ଦାୟର ହୋଇଥିବା ଜିଲା ବିଜେପି ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.