Home ଜିଲ୍ଲା ପରିକ୍ରମା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଦାବି ପତ୍ର ପ୍ରଦାନ

ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଦାବି ପତ୍ର ପ୍ରଦାନ

81

ବଲାଙ୍ଗିର, ୦୩-୦୯ (ଓଡ଼ିଆ ପୁଅ) ଜିଲ୍ଲା ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡି ପି ମହାପାତ୍ରଙ୍କୁ ସାକ୍ଷାତ କରି ଆଗାମୀ ଦିନରେ ହେବାକୁ ଥିବା +୩ର ଷଷ୍ଠ ସେମିଷ୍ଟାର ଓ ପିଜିର ଚତୁର୍ଥ ସେମିଷ୍ଟାର ପରୀକ୍ଷା ବିଷୟରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ହେବାକୁ ଥିବା ପରୀକ୍ଷାକୁ ଅନ୍‌ଲାଇନ୍‌ କରାଯିବାକୁ ଅଥବା ଯଦି ଅଫ୍‌ଲାଇନ୍‌ ପରୀକ୍ଷା କରାଯାଏ, ତେବେ କୋଭିଡ଼୍‌-୧୯ ନିୟମ ପାଳନ କରିବା ପୂର୍ବକ ଗୋଟିଏ ଶ୍ରେଣୀ ଗୃହରେ କମ୍‌ରୁ କମ୍‌ ସଂଖ୍ୟକ ପିଲାଙ୍କୁ ବସାଇ ସାମାଜିକ ଦୂରତା ରକ୍ଷା କରାଯାଇ ପରୀକ୍ଷା କରାଯିବାକୁ ଆଲୋଚନା କରିଛନ୍ତି ଛାତ୍ର କଂଗ୍ରେସର ପ୍ରତିନିଧି ଦଳ। ଏହାଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସୁରକ୍ଷିତ ରହିବେ ବୋଲି ବିଶ୍ୱାସ କରାଯାଇଛି। ଆଲୋଚନାରେ ଏହା ମଧ୍ୟ ଅନୁରୋଧ କରାଯାଇଛି ଯେ, ଛାତ୍ରଛାତ୍ରୀମାନଙ୍କୁ କିଛି ସମୟ ଦିଆଗଲେ, ସେମାନେ ପରୀକ୍ଷା ପାଇଁ ଉଚିତ୍‌ ପ୍ରସ୍ତୁତ ହୋଇପାରିବେ। ପରୀକ୍ଷା ସଂପର୍କରେ ଯଥାଶୀଘ୍ର ନୋଟିସ୍‌ ଦିଆଯାଇ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସଂପର୍କରେ ଅବଗତ କରାଇବାକୁ ମଧ୍ୟ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କର୍ତ୍ତୃପକ୍ଷଙ୍କ ପାଖରେ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ସୁମିତ ପଟ୍ଟନାୟକ, ଟୁଳୁ ସେନ, ସନ୍ମୟ ସାହୁ, ନିରଂଜନ ମିଶ୍ର, ସନତ ପଧାନ, ଲୋପନ ମିଶ୍ର ପ୍ରମୁଖ ସାମିଲ୍‌ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.