Home ଜିଲ୍ଲା ପରିକ୍ରମା ପୋଲିସ ର ଫ୍ଲାଗ୍‌ମାର୍ଚ୍ଚ ଦେଖି ଅସାମାଜିକ ଯୁବକ ଫେରାର୍‌

ପୋଲିସ ର ଫ୍ଲାଗ୍‌ମାର୍ଚ୍ଚ ଦେଖି ଅସାମାଜିକ ଯୁବକ ଫେରାର୍‌

58

ନୟାଗଡ଼ ୦୧/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀରଞ୍ଜନ ଦାସ ଅଭିନବ ପନ୍ଥା ଅନୁସରଣ କରିଥିବା ଜଣାପଡିଛି। ଚାନ୍ଦପୁର ଥାନା ଅଧିନରେ ଥିବା ୧୧ ଗୋଟି ଗ୍ରାମପଞ୍ଚାୟତ ରେ ୧୦୨ ଜଣ ଅସାମାଜିକ ବ୍ୟକ୍ତିଙ୍କ ନାମରେ ଗିରଫ ପରୱାନା ଜାରି କରିଥିବା ସୂଚନା ମିଳିଛି। କନ୍ଧନୟାଗଡ, ଚାନ୍ଦପୁର ଓ ଜଙ୍କିଆ ଗ୍ରାମପଞ୍ଚାୟତର ଓସ୍ତପଡା ଗ୍ରାମରେ ନିର୍ବାଚନକୁ ମୁକ୍ତ ନିର୍ବାଚନ କରିବା ପାଇଁ ଡାକବାଜି ଯନ୍ତ୍ରଯୋଗେ ଜନ ସଚେତନତା ସୃଷ୍ଟି କରିବା ସହ ପୋଲିସ ବାହିନୀକୁ ନେଇ ଫ୍ଲାଗମାର୍ଚ୍ଚ କରିଥିବା ଜଣାପଡିଛି।

ଯାହାଫଳରେ ନିର୍ବାଚନକୁ ପ୍ରଭାବି କରିବା ପାଇଁ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଗୁଡିକରେ ଚେଷ୍ଟା କରୁଥିବା ଅସାମାଜିକ ଯୁବକ ମାନେ ଅଂଚଳ ଛାଡିଦେଇଥିବା ସୂଚନା ମିଳିଛି। ଚାନ୍ଦପୁର ଥାନା ଅଧିନରେ ଥିବା ୨୪ ନଂ ଜିଲ୍ଲା ପରିଷଦ ଜୋନ୍ ଓ ୧୧ ଗୋଟି ଗ୍ରାମପଞ୍ଚାୟତରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ ବୋଲି ପୋଲିସ ଆଶା ବାନ୍ଧିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.