Home ଅପରାଧ କଟକରୁ ଦୁଇଜଣ ଡକାୟତ ଗିରଫ, ବନ୍ଧୁକ ଓ ଗୁଳି ଜବତ

କଟକରୁ ଦୁଇଜଣ ଡକାୟତ ଗିରଫ, ବନ୍ଧୁକ ଓ ଗୁଳି ଜବତ

39

କଟକ : ୧/୨ (ଓଡ଼ିଆ ପୁଅ/ ଅଭୟ ଜେନା) ସୋମବାର ଅପରାହ୍ନ ୪.୩୦ ସମୟରେ ଜି ଏସ ପାର୍କ ନିକଟରେ କଦମ ରସୁଲର ଅବଦୁଲ ଫୟାଜ ଉଦ୍ଦିନ ନାମକ ଯୁବକ ତାଙ୍କ ବନ୍ଧୁଙ୍କୁ ଅପେକ୍ଷା କରିଥିବା ସମୟରେ ଏକ ପଲସର ବାଇକରେ ତିନି ଜଣ ଅଜଣା ବ୍ୟକ୍ତି ପହଞ୍ଚି, ତାଙ୍କ ସ୍କୁଟିକୁ ଛଡାଇ ନେବା ସମୟରେ ସେ ପ୍ରତିରୋଧ କରିବାରୁ, ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡି ଛଡାଇ ନେବା ବେଳେ ଉପସ୍ଥିତ ସ୍ଥାନୀୟ ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଖବର ପାଇ ଦରଘା ବଜାର ଥାନା ପୋଲିସ ପହଂଚି ସେମାନଙ୍କୁ କାବୁ କରିଥିଲେ। ତିନିଜଣଙ୍କ ମଧ୍ୟରୁ ଜଣେ ଖସି ପଳାଇ ଥିବା ବେଳେ, ଦୁଇ ଜଣଙ୍କୁ ପୋଲିସ ଗିରଫ କରଛି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଓ ବାଇକ ଜବତ ହୋଇଛି। ସମ୍ପୃକ୍ତ ଅପରାଧୀମାନେ ବହୁ ଅପରାଧରେ ସମ୍ପୃକ୍ତ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.