Home ଜିଲ୍ଲା ପରିକ୍ରମା ରଣପୁର ବ୍ଲକ ଜିଲ୍ଲା ପରିଷଦ ମଇଦାନରେ ଶାସକ ବିଜେଡି ଆଗୁଆ

ରଣପୁର ବ୍ଲକ ଜିଲ୍ଲା ପରିଷଦ ମଇଦାନରେ ଶାସକ ବିଜେଡି ଆଗୁଆ

57

ନୟାଗଡ ୦୧/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ୧୧୯ ବିଧାନସଭା ନିର୍ବାଚନ ମଣ୍ଡଳୀ ୬ ଗୋଟି ଜିଲ୍ଲା ପରିଷଦ ଜୋନ୍ କୁ ନେଇ ଗଠିତ। ୨ ଗୋଟି ଓଡଗାଁ ବ୍ଲକରେ ଥିବା ବେଳେ ରଣପୁର ବ୍ଲକରେ ୪ ଗୋଟି ଜିଲ୍ଲା ପରିଷଦ ଜୋନ୍। ଗତ ତ୍ରିସ୍ତରୀୟ ଜିଲ୍ଲାପରିଷଦ ନିର୍ବାଚନରେ ଶାସକ ବିଜେଡି ୨ ଗୋଟି ଜୋନ୍ ଦଖଲ କରିଥିବା ବେଳେ ବିରୋଧି ଭାଜପା ୨ ଗୋଟି ଜୋନ୍ ଦଖଲ କରିଥିଲା। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଦଳ ୨୧, ୨୨, ୨୩ ଓ ୨୪ ରେ ଯଥାକ୍ରମେ ରଜନିରାଣୀ ପଟ୍ଟନାୟକ, ଇଂ ବେବାଶିଷ ପଟ୍ଟନାୟକ, ନର୍ମଦା ରାୟ ଓ ସଞ୍ଜୁଲତା ଦଳବେହେରା ଙ୍କୁ ପ୍ରାର୍ଥୀ ଦେଇଥିବା ବେଳେ ଭାଜପା ଦଳ ସସ୍ମିତା ମାର୍ଥା, ମହେନ୍ଦ୍ର କୁମାର ସାହୁ, ଲକ୍ଷ୍ମୀପ୍ରିୟା ତରାଇ ଓ ବୁଦ୍ଧିମତୀ ପ୍ରଧାନ କଂଗ୍ରେସ ଦଳ ସରୋଜିନୀ ପରିଡା, ପ୍ରସନ୍ନ କୁମାର ସୁବୁଦ୍ଧି, ନିରୂପମା କର ଓ ଆରତି ଜେନା ସେହିଭଳି ଭାବରେ ଭାରତୀୟ କମ୍ୟୁନିଷ୍ଟ (ମାର୍ସ୍କବାଦୀ) ୨୧ ନଂ ଜୋନ୍ ରେ ପ୍ରାର୍ଥୀ ନଦେଇ ଯଥାକ୍ରମେ କବିରାଜ ପ୍ରଧାନ, ଜୟନ୍ତୀ ମହାରଣା ଓ ଜୋସ୍ନାରାଣୀ ନାୟକଙ୍କୁ ପ୍ରାର୍ଥୀ ଦେଇଥିବା ଜଣାପଡିଛି। ୨୧ ନଂ ଜୋନ୍ ରେ ବିଜେଡି ରଜନୀରାଣୀ ପଟ୍ଟନାୟକ ଓ ଭାଜପାର ସସ୍ମିତା ମାର୍ଥା ଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ରଜନିରାଣୀଙ୍କ ପଲ୍ଲା ଭାରିଥିବା ଜଣାପଡିଛି। ୨୨ ନଂ ଜୋନ୍ ରେ ବିଜେଡିର ରଣପୁର ବ୍ଲକ ପୁର୍ବତନ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ଭାଜପା ର ମହେନ୍ଦ୍ର କୁମାର ସାହୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଜୋରଦାର୍ ହେଉଛି।

ଇଂ ଦେବାଶିଷ ପଟ୍ଟନାୟକ ନିର୍ବାଚନ ପ୍ରଚାରରେ ଆଗୁଆଥିବା ଜଣାପଡିଛି। ୨୩ ନଂ ଜୋନ୍ ରେ ଭାଜପାର ଲକ୍ଷ୍ମୀପ୍ରିୟା ତରେଇ ଓ ବିଜେଡିର ନର୍ମଦା ରାୟ ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଜୋରସୋର ଚାଲିଥିବା ବେଳେ ଭାଜପା ଲକ୍ଷ୍ମୀପ୍ରିୟା ତରେଇଙ୍କ ପଲ୍ଲା ଭାରିଥିବା ଆଲୋଚନା ହେଉଛି। ସେହିଭଳି ଭାବରେ ୨୪ ନଂ ଜୋନ୍ ରେ ବିଜେଡିର ସଞ୍ଜୁଲତା ଦଳବେହେରା ଓ ଭାଜପାର ପୁର୍ବତନ ବ୍ଲକ ଅଧ୍ୟକ୍ଷା ବୁଦ୍ଧିମତୀ ପ୍ରଧାନଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେଉଥିବା ଜଣାପଡିଛି। କିନ୍ତୁ ବିଜେଡି ପ୍ରାର୍ଥୀ ସଞ୍ଜୁଲତା ଦଳବେହେରାଙ୍କ ପଲ୍ଲା ଭାରି ରହିଥିବା ଜଣାପଡିଛି। କଂଗ୍ରେସ ଓ ଭାରତୀୟ କମ୍ୟୁନିଷ୍ଟ (ମାର୍ସ୍କବାଦୀ) ପାର୍ଟିଙ୍କ ମଧ୍ୟରେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦିତା ହେଉଥିବା ଆଲୋଚନା ହେଉଛି। ୩୭ ଗୋଟି ଗ୍ରାମପଞ୍ଚାୟତରୁ ୨୫ ଗୋଟି ଗ୍ରାମପଞ୍ଚାୟତ ରୁ ୨୫ ଗୋଟି ଗ୍ରାମପଞ୍ଚାୟତ ଦଖଲ କରି ଶାସକ ବିଜେଡି ଦଳ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ବ୍ଲକ ଅଧ୍ୟକ୍ଷ ପଦକୁ ଦଖଲ କରିବା ସହ ୪ ଗୋଟି ଜିଲ୍ଲା ପରିଷଦ ଜୋନ୍ ଦଖଲ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଭାଜପା ମଧ୍ୟ ୩୭ ଗୋଟି ଗ୍ରାମପଞ୍ଚାୟତରୁ ଅର୍ଦ୍ଧାଧିକ ଦଖଲ କରି ବ୍ଲକ ଅଧ୍ୟକ୍ଷ ପଦ ହାସଲ କରିବା ସହ ୪ ଗୋଟି ଜିଲ୍ଲା ପରିଷଦ ଜୋନ୍ ଦଖଲ କରିବେ ବୋଲି ଦଳର ଜିଲ୍ଲା ଉପ ସଭାପତି ପରେଶ ମିଶ୍ର ସୂଚନା ଦେଇଛନ୍ତି। କଂଗ୍ରେସ ଦଳର ଯୁବନେତା ସତ୍ୟବ୍ରତ ନାୟକ ୮ ଗୋଟି ଗ୍ରାମପଞ୍ଚାୟତ ଦଖଲ କରିବେ ବୋଲି ମଧ୍ୟ ଜୋରଦେଇ ଚାଲିଛନ୍ତି। ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତା ନିତ୍ୟାନନ୍ଦ ପରିଡା ୪ ରୁ ୫ ଗୋଟି ଆସନ ଦଖଲ କରିବେ ବୋଲି କହିଛନ୍ତି। କେତେକ ଗ୍ରାମପଞ୍ଚାୟତରେ ବିଜେଡି ଓ ବିଜେଡି, ଭାଜପା ଓ ଭାଜପା ମଧ୍ୟରେ ସରପଞ୍ଚ ପାଇଁ ଦୁଇ ଦୁଇ ଜଣ ପ୍ରାର୍ôଥ ନିର୍ବାଚନ ମଇଦାନରେ ଥିଲା ବେଳେ କେତେକ ଗ୍ରାମପଞ୍ଚାୟତରେ ଭାଜପା ଓ କଂଗ୍ରେସ, ବିଜେଡି ଓ କମ୍ୟୁନିଷ୍ଟ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଥିବା ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.