Home କନ୍ଧମାଳ ପୋଲିସ ପକ୍ଷରୁ ଟ୍ରାଫିକ ନିୟମ ସଚେତନତା କାର୍ଯ୍ୟକ୍ରମ

ପୋଲିସ ପକ୍ଷରୁ ଟ୍ରାଫିକ ନିୟମ ସଚେତନତା କାର୍ଯ୍ୟକ୍ରମ

483

ବାଲିଗୁଡା ୨୫-୧୧ (ଓଡ଼ିଆପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କେନ୍ଦ୍ର ସରକାର ଆଣିଥିବା ମୋଟର ଜାନ ନିୟମ କୁ ରାଜ୍ୟ ସରକାର ଡିସେମ୍ବର ମାସପହିଲାରୁ ପୁଣି କଡାକଡ଼ି କରିବା ପାଇଁ ନିର୍ଦ୍ଧେଶ ଦେଇଥିବା ବେଳେ ଏହା କୁ କିଭଳି ସଚେତନତା ମାଧ୍ୟମ ରେ ପାଳନ କରାଯିବ,ସେ ନେଇ ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ଟାଉନର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନତା କରୁଥିବା ବେଳେ ସୋମବାର ଦିନ ବାଲିଗୁଡା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ କୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରିବା ସହ ରାସ୍ତା ର କେଉଁ ପାର୍ଶ୍ୱ ରେ ଯାତାୟତ କରିବ ରାସ୍ତା ର ଉଭୟ ପାର୍ଶ୍ୱ ଦେଖି ରାସ୍ତା ପାର କରିବ ଏଭଳି ବିଭିନ୍ନ ପ୍ରକାର ନିୟମ ସଚେତନତା କରିବା ସହ ଶପଥ ପାଠ ମଧ୍ୟ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଶିଶିର କାନ୍ତ ଦାସ, ଆର୍ତ୍ତ ଚନ୍ଦ୍ର ଖଟୁଆ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.