Home ଓଡ଼ିଶା ପୋଲିସ ଗୁଳିରେ ପାଞ୍ଚ ମାଓବାଦୀ ମୃତ

ପୋଲିସ ଗୁଳିରେ ପାଞ୍ଚ ମାଓବାଦୀ ମୃତ

356

କୋରାପୁଟ:୮/୫/୨୦୧୯(ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ନନ୍ଦପୁର ବ୍ଲକର ପାଡୁଆଥାନା ଅନ୍ତର୍ଗତ ବାଡେଲ ଗ୍ରାମ ପଞ୍ଚାୟତର ଖିଲୁଆ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପଛ ପଟଶାଳ ବଣ ଜଙ୍ଗଲରେ ଆତ୍ମ ଗୋପନ କରିଥିବାବେଳେ ଏସଓଜି ଓ ବିଏସଏଫ ଯବାନ ବାଲଡା ନଗେଶ୍ୱରୀ ଜଙ୍ଗଲରେ କମ୍ବିଂ ଅପରେସନ କରି କୌଣସି ସୂତ୍ରରୁ ଖବର ପାଇ ଖିଲୁଆ ଗ୍ରାମରେ ଯବାନମାନେ ଗ୍ରାମ ନିକଟ ଶାଳ ବଣ ଜଙ୍ଗଲ ଘେରି ଯାଇଥିବାବେଳେ ଯବାନଙ୍କୁ ଦେଖି ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ଦିନ ୧.୨୦ ମିନିଟ ଠାରୁ ୧.୪୫ ମିନିଟ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ (୨)ମହିଳା ମାଓବାଦୀ ଓ (୩) ପୁରୁଷ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ମାଓବାଦୀ ଶିବିରରେ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ମାଓ ପତ୍ରିକା ଗୁଳି ଜବତ କରାଯାଇଛି। ଜଣେ ମାଓବାଦୀ ଖସି ଯାଇଥିବା ବେଳେ ପୁରା ଜଙ୍ଗଲକୁ ପୋଲିସ ପକ୍ଷରୁ ସିଲ କରି ଜୋରଦାର କମ୍ବିଂ ଅପରେସନ୍ ଚାଲୁ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.