Home ଓଡ଼ିଶା ଏମଭି ୭୯ ଅଞ୍ଚଳରେ ଚାଞ୍ଚଲ୍ୟ, ଧାରୁଆ ଧାନକଟା ଦାଆରେ ଗଳାକାଟି ମହିଳାଙ୍କୁ ହତ୍ୟା: ଦୁଷ୍କର୍ମ ପରେ...

ଏମଭି ୭୯ ଅଞ୍ଚଳରେ ଚାଞ୍ଚଲ୍ୟ, ଧାରୁଆ ଧାନକଟା ଦାଆରେ ଗଳାକାଟି ମହିଳାଙ୍କୁ ହତ୍ୟା: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

1196

ମାଲକାନଗିରି, ୮ା୫ (ଓଡିଆ ପୁଅ ) ଆଜି ଦିନ୧୨ଟାରେ ଏମଭି୭୯ ଜଳସେଚନ କଲୋନି ଠାରୁ୫୦୦ମିଟର ଦୂରରେଥିବା ଜମି ର ଲାଡିରୁ ଜଣେ ମହିଳାର ଗଳାକଟା ରକ୍ତଜୁଡୁ ବୁଡୁ ମୃତଶରୀର କୁ ପୁଲିସ ଉଦ୍ଧାର କରିଛନ୍ତି। ଏମଭି୭୯ଥାନାସ୍ଥ ଇରିଗେସନ କଲୋନି ଠାରୁ ପ୍ରାୟ ୫୦୦ମିଟର ଦୁରରେ ଚାଷଜମିରେ କୁଡିଆଘରଟିଏ(ଲାଡି) କରି ମାଲା କାରାମି(୪୫) ସ୍ତ୍ରୀ ଚିନାମୀ କାରାମୀ(୪୦) ଓ ତାଙ୍କ ପୁଅ, ଝିଅ ରହୁଥିଲେ। ଗତ ମାସକ ତଳେ ମାଲା କାରାମି ଓ ତାଙ୍କ ପୁଅ ଆନ୍ଦ୍ରକୁ କୁଲିକାମ କରିବାକୁ ପଳାଇଥିବା ବେଳେ ସାନ ଝିଅ ତାର ମାମୁ ଘରକୁ ପଳାଇଥିଲା।ସେହି କୁଡିଆ ଘରେ ଏକାକି ଚିନାମୀ କାରାମୀ ରହି କୁଲିବୃତି କରି ଚଳୁଥିଲା। ଆଜି ଦିନ ୧୨ଟା ରେ ଚିନାମୀଙ୍କ ଘରକୁ ସଂପର୍କିୟ ଲୋକ ଆସି ଦେଖିବାବେଳକୁ ଚିନାମୀଙ୍କ ଗଳାକଟା ରକ୍ତ ଜୁଡୁବୁଡୁ ମୃତଶରୀର ତଳେ ପଡିଛି, ଏ ସଂପର୍କରେ ପାଖ ପଡୋଶୀ, ମହିଳାଙ୍କ ପୁଅ, ଝିଅ ଓ ତାଙ୍କ ସଂପର୍କିୟ ମାନେ ସଙ୍ଗେସଙ୍ଗେ ଏମଭି ୭୯ ଥାନାରେ ଜଣାଇଥିଲେ। ଏମଭି ୭୯ ଥାନା ଆଇଆଇସି ମମତା ପାଣିଗ୍ରାହୀ, ସବ ଇନିସପେକ୍ଟର ହରିଶଚନ୍ଦ୍ର ଗୋଲରୀ, ଏଏସଆଇ ନରସିଂହ ମାଝୀ ପୁଲିସ ସଦଳବଳ ଘଟଣା ସ୍ଥଳରେ ପହଁଚି ଚିନାମୀଙ୍କ ମୃତ ଶରୀର ସହିତ ନିକଟରେ ପଡିଥିବା ଏକ ଧାରୁଆ ରକ୍ତ ଲାଗିଥିବା ଧାନକଟା ଦାଆ ଜବତ କରି ଚିନାମୀର ମୃତଶରୀରକୁ ଶବ ବ୍ୟବଛେଦ ପାଇଁ ଡାକ୍ତରଖାନା ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଏକାକି ମହିଳା ଲାଡିରେ ରହୁଥିବାର ସୁଯୋଗ ନେଇ କେହି ଦୁର୍ବୁତ ତାଙ୍କ ସହ ଦୁଷ୍କର୍ମ କରି ହତ୍ୟା କରିଥାଇ ପାରେ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ମାନେ ସନ୍ଦେହ କରୁଛନ୍ତି। କଲୋନି ନିକଟରୁ ଦୂରରେ ଏକାକି ଚିନାମୀ ରହୁଥିବାରୁ କେହି ଦୁର୍ବୁତ ଗତ କାଲି ରାତ୍ରରେ ତାଙ୍କୁ ଧାରୁଆ ଦାଆରେ ହତ୍ୟା କରିଥାଇ ପାରନ୍ତି ଶବ ବ୍ୟବଛେଦ ବିବରଣୀ ଆସିବା ପରେ ହତ୍ୟାକାଣ୍ଡର ପ୍ରକୃତ ଘଟଣା ଜଣାପଡିବ ବୋଲି ଏମଭି ୭୯ ଥାନା ଅଧିକାରୀ କହିଛନ୍ତି। ଏହି ଘଟଣା ସମଗ୍ର ଏମଭି ୭୯ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.