Home ଓଡ଼ିଶା ପୋଲିସ କର୍ମଚାରୀଙ୍କୁ ଠେଲାପେଲା ଘଟଣା: ଚାଳକ ଗିରଫ, କାର୍‌ଜବତ

ପୋଲିସ କର୍ମଚାରୀଙ୍କୁ ଠେଲାପେଲା ଘଟଣା: ଚାଳକ ଗିରଫ, କାର୍‌ଜବତ

342

ବାଲିଗୁଡା, ୫/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କୁ ଠେଲାପେଲା ସହ ଦୁର୍ବ୍ୟବହାର ଅଭିଯୋଗରେ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଗାଡ଼ି ଚାଳକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଜି.ଉଦୟଗିରି ଥାନା ଗ୍ରେସିଙ୍ଗିଆ ଗ୍ରାମର ସୌମ୍ୟରଞ୍ଜନ ନାୟକ ବୋଲି ଆଇଆଇସି କୌଶିକ ମାଝୀ କହିଛନ୍ତି। ଗାଡି (ନଂ.ଓଡି୧୨ଏ-୮୩୬୮)କୁ ପୋଲିସ ଜବତ କରିଛି। ସୂଚନା ପ୍ରକାରେ, ନୂଆବର୍ଷରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ହିଲ୍‌ଭିୟୁ ଏବଂ ନେଚର ପାର୍କରେ ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରୁଥିଲା। ଏହି ସମୟରେ ଉକ୍ତ କାର ଚାଳକ ସୌମ୍ୟରଞ୍ଜନଙ୍କୁ କନଷ୍ଟେବଳ ଦେବେନ୍ଦ୍ର ପ୍ରଧାନ ଟ୍ରାଫିକ ଜାମ୍‌ନ କରିବାକୁ କହିଥିଲେ। ମାତ୍ର ସୌମ୍ୟରଞ୍ଜନ ଉତ୍ତ୍ୟକ୍ତ ହୋଇ କନଷ୍ଟେବଳଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ପାର୍କରେ କାର୍ଯ୍ୟରତ କର୍ମଚାରୀ ଏବଂ ଉପସ୍ଥିତ କେତେଜଣ ଲୋକ ପୋଲିସ ଅଧିକାରୀଙ୍କୁ ଖବର ଦେଇଥିଲେ। ଆଇଆଇସି ମାଝୀଙ୍କ ପହଂଚିବା ବେଳକୁ ଗାଡିଟି ସେଠାରୁ ଚାଲିଯାଇଥିଲା। ପୋଲିସ ଫୋନ ଯୋଗେ ସିମନବାଡ଼ି ଗ୍ରାମବାସୀଙ୍କୁ ଜଣାଇଥିଲେ। ସେଠାରେ ଗ୍ରାମବାସୀ ଗାଡିଟିକୁ ଅଟକାଇଥିଲେ। ପୋଲିସ ପହଂଚି ଥାନାକୁ ଆଣି ନଂ.୧/୨୦ରେ ମାମଲା ରୁଜୁକରି ଗାଡ଼ି ଚାଳକଙ୍କୁ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.