Home ଓଡ଼ିଶା ପୋଲିସ ଓ ଜୁଆଡିଙ୍କ ଅଡିଓ ଭାଇରାଲ ଘଟଣାରେ କନେଷ୍ଟବଳ ନିଲମ୍ୱିତ, ତଦନ୍ତ ଜାରି

ପୋଲିସ ଓ ଜୁଆଡିଙ୍କ ଅଡିଓ ଭାଇରାଲ ଘଟଣାରେ କନେଷ୍ଟବଳ ନିଲମ୍ୱିତ, ତଦନ୍ତ ଜାରି

83

କେନ୍ଦୁଝର,ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବିଭିନ୍ନ ସାପ୍ତାହିକ ହାଟରେ କେତେକ ଜୁଆଡି ପୋଲିସ ସହ ସଲାସୁତୁରା ହୋଇ ବେଆଇନ୍ ଭାବେ ଜୁଆଖେଳ କରିଥାନ୍ତି । ତେବେ ଏହି ଘଟଣାର ପ୍ରମାଣ ଏବେ ସମଗ୍ର କେନ୍ଦୁଝର ଜିଲ୍ଲାର ବିଭିନ୍ନ ଲୋକଙ୍କ ମୋବାଇଲ ଠାରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ନମୋସେନା ପକ୍ଷରୁ ଏହି ଅଡିଓ ଓ ଖେଳ ଚାଲୁଥିବା ସମୟର ଭିଡିଓ ସହ ଏସପିଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହି ଅଡିଓରେ ଭଗାମୁଣ୍ଡା ଠାରେ ଜୁଆଖେଳ କରିବା ପାଇଁ ଖୋଦ୍ ଜଣେ ଜୁଆଡି ଫୋନ୍ ଯୋଗେ ପୋଲିସ କନେଷ୍ଟବଳ ସହ ସଲାସୁତୁରା ହେଉଥିବା ଦୃଶ୍ୟ ପଦାକୁ ଆସିଥିଲା । ଘଟଣା ସମ୍ପର୍କରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ ସହ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ କରି କନେଷ୍ଟବଳ ନିରଞ୍ଜନ ଓଝାଙ୍କୁ ନିଳମ୍ବିତ କରିଛନ୍ତି । ଏଥିସହ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅଧିକରୁ ଅଧିକ ତଦନ୍ତ ଜାରି ରହିଥିବା କ୍ରାଇମ୍ ଡିଏସପି ସୁରେଶ ଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ପ୍ରଶ୍ନ ଯେ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ଖସେଇ ଦିଆଯିବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.