Home ଜିଲ୍ଲା ପରିକ୍ରମା ଡାଇଭରରସନରେ ଟ୍ରକ ଓ ବର ଗାଡ଼ି ଧକ୍କା , ଅଳ୍ପକେ ବର୍ତ୍ତିଲେ ବର ଓ କନିଆଁ

ଡାଇଭରରସନରେ ଟ୍ରକ ଓ ବର ଗାଡ଼ି ଧକ୍କା , ଅଳ୍ପକେ ବର୍ତ୍ତିଲେ ବର ଓ କନିଆଁ

59

ବାହାନଗା,୦୩ା୧୨(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲ ୧୬ନଂ ଜାତୀୟ ରାଜପଥ ବାରିକପୁର ଡାଇଭରସନ ନିକଟରେ ଟ୍ରକ ଓ ବରଗାଡ଼ି ମୁହାଁ ମୁହିଁ ଧକ୍କା ହେବାରୁ ଅଳ୍ପକେ ବର ଓ କନିଆଁ ବର୍ତ୍ତି ଯାଇଛନ୍ତି । ଗୁରବାର ଦିନ ସକାଳେ ବାରିକପୁର ଡାଇଭିସନରେଏକ ବରଗାଡ଼ି (ଓଡ଼ି ୦୧ଏଇ -୧୬୦୪)ବରକନିଆଁକୁ ନେଇ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକ (ଓଆର ୧୧ଏଫ ୧୮୧୭) ବର କନିଆଁ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କାର ସାଇରେ ବାଜି ରହି ଯାଇଥିଲା । ଫଳରେ କାରର ଆଗ କିଛି ଅଂଶ ଭାଙ୍ଗି ଯାଇଥିଲା । କିନ୍ତୁ ବର କନିଆଁ ସୁରକ୍ଷିତ ଥିବାର ଜଣାପଡ଼ି ଥିଲା । ଫଳରେ ସେଠାରେ କିଛି ସମୟ ଉତ୍ତେଜନା ପରେ ସ୍ୱଭାବିକ ହୋଇ ଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.