Home Top News ବୈଶ୍ବିକ ପରିଦୃଶ୍ୟରେ ଭାରତର ଭୂମିକା: ସର- ସଂଘ ଚାଳକ ମୋହନ ଜୀ’ ଭାଗବତ

ବୈଶ୍ବିକ ପରିଦୃଶ୍ୟରେ ଭାରତର ଭୂମିକା: ସର- ସଂଘ ଚାଳକ ମୋହନ ଜୀ’ ଭାଗବତ

116

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍) ପ୍ରଚାର ବିଭାଗ ପକ୍ଷରୁ ତ୍ରିପୁରା ପୂର୍ଣ୍ଣିମା ତିଥିରେ ଆଭାସୀ ମାଧ୍ୟମରେ ଆୟୋଜିତ ଏକ ବୌଦ୍ଧିକ କାର୍ଯ୍ୟଶାଳାରେ “ବୈଶ୍ବିକ ପରିଦୃଶ୍ୟରେ ଭାରତର ଭୂମିକା” ଉପରେ ନିଜର ମତ ଉପସ୍ଥାପନା କରିଥିଲେ ସର- ସଂଘ ଚାଳକ ଡାଃ ମୋହନ ଜୀ’ ଭାଗବତ। ମୋହନ ଜୀ’ କହିଥିଲେ, “ଭାରତ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରୁଥିବା ବେଳେ ଅନ୍ୟାନ୍ୟ ଦେଶ ଗୁଡ଼ିକ ଏହାକୁ ଏକ ବଜାର ଭାବରେ ବିବେଚନା କରନ୍ତି। ଭାରତ ବିଶ୍ୱକୁ ଆଗେଇ ନେବାରେ ସକ୍ଷମ ଏବଂ ଦୁନିଆ ବର୍ତ୍ତମାନ ଆଶା ସହିତ ଭାରତ ଆଡ଼କୁ ଚାହିଁଛନ୍ତି। ଭାରତରେ ସେତେ ବିବିଧତା ନାହିଁ। ଏହା ହେଉଛି ଭାରତର ଏକତା। ଭାରତୀୟ ପରମ୍ପରା ଭିତରେ ଦୁନିଆର ସମସ୍ତ ପ୍ରଶ୍ନର ଉତ୍ତର ସମାହିତ ରହିଛି। ବିବିଧତା ଯୋଡ଼ିବା ପାଇଁ କେବଳ ଭାରତର ଉପାଦାନ ଅଛି ଏବଂ ଆମକୁ ଏହାକୁ ବିଶ୍ୱକୁ ଦେବାକୁ ପଡ଼ିବ। ଭାରତର ଚିନ୍ତାଧାରା ହେଉଛି “ସର୍ବେ ଭବନ୍ତୁ ଶୁଖିନଃ” (ସମସ୍ତେ ଖୁସି ରୁହନ୍ତୁ)। ଭାରତର ଚିନ୍ତାଧାରାରେ କେହି ଛୋଟ ବିବେଚିତ ହୁଅନ୍ତି ନାହିଁ। ଭାରତକୁ ଏହି ଚିନ୍ତାଧାରା ବିଶ୍ୱକୁ ପ୍ରଦାନ କରିବାକୁ ପଡ଼ିବ। ଏହାଦ୍ୱାରା ବିକାଶ ହେବ, ପରିବେଶର ସୁରକ୍ଷା ମଧ୍ୟ ରହିବ, ଲୋକଙ୍କୁ ସଶକ୍ତ କରାଯାଇ ପାରିବ ଏବଂ ଏହାଦ୍ୱାରା ପ୍ରକୃତ ଅର୍ଥରେ ସମାଜ ମଧ୍ୟ ବିସ୍ତାର କରିପାରିବ।


ଏହା ପୂର୍ବରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସର- କାର୍ଯ୍ୟବାହ ସୁରେଶ ଦତାତ୍ରୟ (ଭାୟଜୀ ଯୋଶୀ) ପ୍ରସ୍ତାବିକ ରୂପରେ ଏକ ନିବେଦନ ଉପସ୍ଥାପନା କରିଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଅଖିଳ ଭାରତୀୟ ସଂପର୍କ ପ୍ରମୂଖ ଅନିରୁଦ୍ଧ ଜୀ’ ଦେଶପାଣ୍ଡେ ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। କୋଭିଡ୍ କଟକଣା ହେତୁ ଆଭାସୀ ମାଧ୍ୟମରେ (ଭର୍ଚୁଆଲି) ଏହି କର୍ମଶାଳା ଆୟୋଜିତ ହୋଇଥିଲା।
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.