Home ଓଡ଼ିଶା ଖାଉଟି ଚାଉଳ ଚୋରା ଚାଲାଣ ବେଳେ ମିନିଟ୍ରକ୍ ଜବତ

ଖାଉଟି ଚାଉଳ ଚୋରା ଚାଲାଣ ବେଳେ ମିନିଟ୍ରକ୍ ଜବତ

93

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରଙ୍କ ଦେଉଳି ଗ୍ରାମ ପଂଚାୟତ ରେ ଦୀର୍ଘ ଦିନ ହେଲା ବହୁ ଅନିୟମିୟତା କୁ ନେଇ ଛକା ପଂଚା ଲାଗି ରହିଥିଲା । ଯାହାଫଳରେ ସରପଂଚ ମାଧବ ଚନ୍ଦ୍ର ସାହୁ ଜିଲ୍ଲା ପ୍ରଶାସନ ନିଲମ୍ବନ କରି ନାଏବ ସରପଂଚ ଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ନାଏବ ସରପଂଚ , ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ରାସନ ସାମଗ୍ରୀ ଡିଲର୍ ମିଳିମିଶି ହରିଲୁଟ୍ ଆରମ୍ଭ କରିଦେଇଥିବା ଘଟଣା ଚର୍ଚ୍ଚାକୁ ଆସୁଥିଲା । ଯାହା ଫଳରେ ସରପଂଚ ଙ୍କ ସମର୍ଥକ ମାନେ ସଜାଗ ଦୃଷ୍ଟି ରଖିଥିଲେ । ଗୋଟେ ପଟେ ବାତ୍ୟା ୟଶ୍ ମାଡି ଆସୁଥିବା ବେଳେ ଲୋକ ମାନଙ୍କୁ ରାସନ ଖାଉଟି ସାମଗ୍ରୀ ନ ଦେଇ ଚୋରା ଭାବେ ମିନିଟ୍ରକ୍ ଯୋଗେ ଚାଲାଣ କରାଯାଉଥିବା ବେଳେ ଗୋଡିପଡା ନିକଟ ରେ ଚାଉଳ ବୋଝେଇ ମିନିଟ୍ରକ୍ କୁ ଅଟକାଇ ଦର୍ପନାରାୟଣ ପୁର ଫାଣ୍ଡି ପୋଲିସ୍ ର ଜିମା ଦେଇଥିଲେ ।

ପୋଲିସ୍ ଚାଉଳ ବୋଝେଇ ଓ. ବି.୨୫ ଡି .୬୪୭୮ ନମ୍ବର ବିଶିଷ୍ଟ ମିନିଟ୍ରକ୍ କୁ ରଣପୁର ଥାନାକୁ ଆଣି ଚାଉଳ ସହ ଜବତ କରିଥିବା ଜଣା ପଡିଛି । ଗାଡି ର ଅଟକ ଥିବା ଡ୍ରାଇଭର୍ ପୋଲିସ୍ ନିକଟରେ ଡିଲର୍ ତ୍ରିନାଥ ସାହୁ ଠାରୁ ଚାଉଳ ନେଇ ନୟାଗଡ ରେ ବିକ୍ରୟ କରିବାକୁ ଯାଉଥିବା ପ୍ରକାଶ କରିଛି ।  ଏ ସଂର୍ପକେ ରଣପୁର ବ୍ଲକ୍ ଯୋଗାଣ ଅଧିକାରିଣୀ ଅନିତା ରାଉତରାୟ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଉପଜିଲ୍ଲାପାଳ ଙ୍କ ଠାରୁ ସୂଚନା ପାଇ ରାସନ ସାମଗ୍ରୀ ଯୋଗାଉଥିବା ଡିଲର୍ ତ୍ରିନାଥ ସାହୁ ଙ୍କ ର କାଗଜାତ ଯାଂଚ କରାଯାଉଛି । ତାଙ୍କ ପାଖେ ଗଛିତ ଥିବା ରାସନ ସାମଗ୍ରୀ ତନଖି ପରେ ବିହିତ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.