Home ଓଡ଼ିଶା  ପୋଲିସ୍ ଦ୍ୱାରା ଚୋରି  ଗାଈ ଉଦ୍ଧାର

 ପୋଲିସ୍ ଦ୍ୱାରା ଚୋରି  ଗାଈ ଉଦ୍ଧାର

47

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଗୋପାଳପୁର ଓ ଚାନ୍ଦପୁର ଅଂଚଳରୁ ଗାଈ ବଳଦ ଚୋରି ହେବା ଏକ ନିତିଦିନିଆଁ ଘଟଣା । ସାଧାରଣତଃ ଲୋକମାନେ ଖରାଦିନେ ଗାଈ ବଳଦଙ୍କୁ ଦିନ ସାରା ଖୋଲାରେ ଚରା ବୁଲା ପାଇଁ ଛାଡିଥାନ୍ତି । ରାତ୍ରୀରେ ଗାଈ ବଳଦ ବଜାର ଘାଟ ରାସ୍ତା ଓ ଗଛ ମୂଳେ ଶୋଇଥାନ୍ତି । ଏହି ସୁଯୋଗ ରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆଁ ଅଂଚଳରୁ କିଛି ଅଭ୍ୟାସଗତ ଗାଈ ଚୋର ଗାଡିଧରି ରାତ୍ରୀ ରେ ଗାଈ ମାନଙ୍କୁ ଚୋରି କରି ନେଇ ଯାଇଥାନ୍ତି । ଗତ ମେ ୨୭ ତାରିଖ ବିଳମ୍ବିତ ରାତ୍ରୀରେ କିଛି ଗାଈ ଚୋର ଗାଈ ଚୋରି କରିବା ସମୟରେ ଚାନ୍ଦପୁର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ ଓ ତାଙ୍କ ଭାଇ ଧିରେନ୍ଦ୍ର ସାହୁ ଦେଖି ନେଇଥିଲେ ।

ସେମାନେ ବାରଣ କରିବାରୁ ଚୋରମାନେ ତାକୁ ମାରଣାସ୍ତ୍ର ର ଭୟ ଦେଖାଇ ଗାଈ ନେଇ ପଳାଇ ଯାଇଥିଲେ । ତେଣୁ ବିଜୟ ବାବୁ ପୋଲିସ୍ କୁ ଫୋନ୍ କରି ଜଣାଇଥିଲେ । ତେଣୁ ରାତ୍ରୀରେ ପେଟ୍ରୋଲିଙ୍ଗ୍ କରୁଥିବା ଚାନ୍ଦପୁର ଥାନା ସବ୍ ଇନିସ୍ ପେକ୍ଟର୍ ଅଞଳି ସା ଓ ଅତିରିକ୍ତ ସବ ୍ ଇନିସ୍ ପେକ୍ଟର୍ ରାଜ୍ କିଶୋର ବେହେରା ଗାଈ ଗାଡିର ପିଛା କରିଥିଲେ । ପୋଲିସ୍ ପିଛା କରୁଥିବା ଦେଖି ଚୋର ମାନେ ବେଗୁ ନିଆଁ ଥାନା ବୋତଲମା ନିକଟରେ ଗାଡି ଛାଡି ଦଉଡି ପଳାଇଯାଇଥିଲେ । ତେଣୁ ପୋଲିସ୍ ମିନିଟ୍ରକ୍ ଓଡି.୨୫-୫୧-୫୫ ନମ୍ବର କୁ ଜବତ କରିଥିଲେ । ଏବଂ ଗାଡିରେ ଥିବା ଗାଈକୁ ଜବତ କରିଥିଲେ । ଜବତ ଗାଈଙ୍କୁ ଚାନ୍ଦପୁର ଆଣି ସେମାନଙ୍କ ମାଲିକ ଙ୍କୁ ଜିମା ଦେଇôତବା ଜଣା ପଡିଛି । ଜବତ ମିନିଟ୍ରକ୍ ଟି ଓଡଗାଁ ଥାନା  ଅଂଚଳରୁ ଅତୀତରେ ଚୋରି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.