Home ଓଡ଼ିଶା ମଦ ଦୋକାନ ଓ ଟ୍ୟୁସନ୍ କେନ୍ଦ୍ର ରେ ପୋଲିସ୍ ର ଚଢାଉ ୨୦ ହଜାର ଟଙ୍କା...

ମଦ ଦୋକାନ ଓ ଟ୍ୟୁସନ୍ କେନ୍ଦ୍ର ରେ ପୋଲିସ୍ ର ଚଢାଉ ୨୦ ହଜାର ଟଙ୍କା ଜୋରିମାନା ଆଦାୟ

79

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟରେ କରୋନା ମହାମାରୀ ମାଡି ଆସୁଥିବା ବେଳେ ସରକାର ମହାମାରୀ କୁ ରୋକିବା ପାଇଁ ବିଭିନ୍ନ ଗାଇଡ୍ ଲାଇନ୍ ଜାରି କରିଛନ୍ତି । କିନ୍ତୁ ରଣପୁର ଥାନା ଓ ଚାନ୍ଦପୁର ଥାନା ଅଂଚଳରେ କିଛି ଅମାନିଆ ଗାଇଡ୍ ଲାଇନ୍ କୁ ମାନୁ ନଥିବା  ଜଣା ପଡିଛି । ଦିନ ସାରା ୨୪ ଘଣ୍ଟା ମଦ ଦୋକାନ ଖୋଲା ହୋଇ ବିକ୍ରି ଚାଲିଛି । କେତେବେଳେ ଦୋକାନ ଆଗପଟ ତ ଆଉ ସଂଧ୍ୟାଠାରୁ ରାତିସାରା ଦୋକାନ ପଛପଟେ ଅବାଧରେ ମଦ ବିକ୍ରୟ ଚାଲିଛି । ସେଇଭଳି ଭାବରେ କରୋନା ସଂକ୍ରମଣ କୁ ରୋକିବା ଲକ୍ଷ୍ୟ ନେଇ ତାଲା ବନ୍ଦ ସମୟରେ ଟ୍ୟୁସନ୍ କେନ୍ଦ୍ର ଖୋଲିବାକୁ ବାରଣ କରାଯାଇଥିବା ବେଳେ ନିୟମ କୁ ବେଖାତିର୍ କରି ଅମାନିଆ ଶିକ୍ଷକ ମାନେ ଟ୍ୟୁସନ୍ କେନ୍ଦ୍ର ଚଳାଇଥିବା ଅଭିଯୋଗ ହୋଇଆସୁଥିଲା ।

ସେଥିପାଇଁ ଚାନ୍ଦପୁର ଥାନା ତରଫରୁ ମେ ୨୮ ତାରିଖ ସକାଳୁ  ବ୍ୟାପକ ଚଢାଉ କରାଯାଇଥିଲା । ଚାନ୍ଦପୁର ର ଏକ ଟ୍ୟୁସନ୍ କେନ୍ଦ୍ର ରେ ଚଢାଉ କରି ଅମାନିଆ ଶିକ୍ଷକ ଜମ୍ବେଶ୍ୱର ଜୁଝ୍‌ାର ଓ ଦୁର୍ଯ୍ୟୋଧନ ବେହେରା କୁ ଥାନାରେ ଅଟକ ରଖି ସେମାନଙ୍କ ଠାରୁ ୧୦ହଜାର  ଜୋରିମାନା ଓ ଚାନ୍ଦପୁର ମଦ ଦୋକାନୀ ଖୁଲମ୍ ଖୁଲା ଦିନ ୧୧ ଟା ପରେ ମଦ ବିକ୍ରୟ କରୁଥିବାରୁ ୫ ହଜାର ଟଙ୍କା ଜୋରିମାନା ଓ ଅନ୍ୟାନ ମିଶି ସର୍ବମୋଟ୍ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣା ପଡିଛି । ଏହି ଚଢାଉ ରେ ଅମାନିଆଁ ଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.