Home ଓଡ଼ିଶା ଅବକାରୀ ବିଭାଗର ବ୍ୟାପକ ଚଢାଉ ୨ ମହିଳା ଅଭିଯୁକ୍ତା ଗିରଫ

ଅବକାରୀ ବିଭାଗର ବ୍ୟାପକ ଚଢାଉ ୨ ମହିଳା ଅଭିଯୁକ୍ତା ଗିରଫ

66

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ତାଲା ବନ୍ଦ ସମୟରେ ରଣପୁର ଅଂଚଳରେ ମଦ ବ୍ୟବସାୟ ଓ ଦେଶୀ ମଦ ରାନ୍ଧିବା ଘରେ ଘରେ କୁଟୀର ଶିଳ୍ପ ପାଲଟି ଯାଇଛି । କଟକ କେନ୍ଦ୍ରାଂଚଳ ଅବକାରୀ ବିଭାଗ ଓ       ପୋଲିସ୍ ମଦ ଧରୁଥିବା ବେଳେ ରଣପୁର ଅବକାରୀ ବିଭାଗ ସବୁ ଜାଣି ସବୁ ଦେଖି ନିରବ ରେ ରହିଥିବା ଅଭିଯୋଗ ହେଉଥିଲା । ନୟାଗଡ ଜିଲ୍ଲା ଅବକାରି ସ୍କା୍ୱର୍ଡ ଓ ରଣପୁର ଅବକାରୀ ବିଭାଗ ମେ ୨୭ ତାରିଖ ବିଳମ୍ବିତ ସଂଧ୍ୟାରେ ମିଳିତ ଚଢାଉ ଆରମ୍ଭ କରିଥିଲେ । ଏହି ଚଢାଉ ରେ ମୟୁରଝାଲିଆ ଗ୍ରାମର ଶର୍ମିଷ୍ଠା ପ୍ରଧାନ ଙ୍କ ଠାରୁ ୪ ଲି ୫୦୦ଗ୍ରା ବିଦେଶୀ ମଦ ଜବତ କରିଥିବା ବେଳେ ତାଙ୍କୁ ଗିରଫ କରିଥିଲେ ।

ସେଇଭଳି ସୁର୍କ୍କା ବାଡି ଗ୍ରାମରେ ଚଢାଉ କରି ୫ଲି. ହାତ ରନ୍ଧା ଦେଶୀ ମଦ ଜବତ କରିବା ସହ ମଦ ବିକ୍ରୟ ଅଭିଯୋଗ ରେ ନିରୁପମା ମଣ୍ଡଳ ଙ୍କୁ ଗିରଫ କରିଥିଲେ । ପଟିଆ ଅଂଚଳରେ ଚଢାଉ କରି ମଦ ରାନ୍ଧିବା ପାଇଁ ରଖିଥିବା ୩୪୦୦ଲି.  ପୋଚ କୁ  ନଷ୍ଟ କରିଥିଲେ । ଅଭିଯୁକ୍ତ ମାନେ ଖବର ପାଇ ମଦ ରାନ୍ଧିବା ସ୍ଥଳରୁ ଫେରାର ହେଇଯାଇଥିଲେ । ୨ ମହିଳା ଅଭିଯୁକ୍ତା ଙ୍କୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଏହି ଚଢାଉ ର ନେତୃତ୍ୱ ନେଇଥିଲେ ନୟାଗଡ ଜିଲ୍ଲା ଅବକାରୀ ସ୍କା୍ୱର୍ଡ ଇନିସ୍‌ପେକ୍ଟର୍ ଧର୍ନୁଜୟ ପାତ୍ର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.