Home ଓଡ଼ିଶା ପୋଲିସ୍ ଦ୍ୱାରା ଚୋରା ପଥର ବୋଝେଇ ହାଇୱା ଗାଡି ଜବତ

ପୋଲିସ୍ ଦ୍ୱାରା ଚୋରା ପଥର ବୋଝେଇ ହାଇୱା ଗାଡି ଜବତ

52

ନୟାଗଡ/୩୧/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ ଲୋଧାଚୁଆ ଆର୍ ଆଇ ସର୍କଲ ରୁ ପ୍ରତିଦିନ ଚୋରା ପଥର ଚାଲାଣ ହୋଇଥାଏ । ଯାହାଫଳରେ  ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଇଥାନ୍ତି । ଚୋରା ଚାଲାଣକାରୀ ମାନେ ଆର୍ ଆଇ ଅଫିସ୍ କର୍ମଚାରୀ ଙ୍କ ସହ ହାତଗୁଞ୍ଜା ଦେଇ ଚାଲାଣ କରୁଥିବା ଅଭିଯୋଗ ହେଉଅଛି ।

ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଡିସେମ୍ବର ୩୧ ତାରିଖ ସକାଳୁ ରାଜସୁନାଖଳା ଯିବା ସମୟରେ ଲୋଧାଚୁଆ ଛକରେ ଓ ଡି ୦୨ ଡବ୍ଲ୍ୟୁ ୨୮୫୬ ନମ୍ବର ବିଶିଷ୍ଠ ପଥର ବୋଝେଇ ହାଇୱା ଗାଡି କୁ କାଗଜ ପତ୍ର ମାଗିଥିଲେ । ଡ୍ରାଇଭର ପାଖରେ ପଥର ସର୍ମ୍ପକିତ କୈଣସି କାଗଜ ନଥିଲା । ତେଣୁ ପଥର ବୋଝେଇ ହାଇୱା ଗାଡିଟିକୁ ରଣପୁର ଥାନାରେ ଅଟକ ରଖିଥିବା ଜଣାପଡିଛି । ଏ ସର୍ମ୍ପକରେ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ପଥର ଚାଲାଣ ସର୍ମ୍ପକିତ କାଗଜ ପତ୍ର ଡ୍ରାଇବର ଦେଖାଇ ପାରିଲା ନାହିଁ । ତେଣୁ ଗାଡି ଅଟକ ରଖି ତହସିଲଦାର ଙ୍କୁ ରିର୍ପୋଟ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.