Home ଜିଲ୍ଲା ପରିକ୍ରମା ସାମ୍ବାଦିକତା ଉପରେ ପ୍ରାୟୋଜିତ ଆକ୍ରମଣ : ଜଷ୍ଟିସ୍‌ ମିଶ୍ର

ସାମ୍ବାଦିକତା ଉପରେ ପ୍ରାୟୋଜିତ ଆକ୍ରମଣ : ଜଷ୍ଟିସ୍‌ ମିଶ୍ର

29

ପୁରୀ, ୩୧/୧୨ (ଓଡ଼ିଆ ପୁଅ) : ବର୍ତ୍ତମାନ ସମୟରେ ସାମ୍ବାଦିକତା ଉପରେ ସରକାରୀ ପ୍ରାୟୋଜିତ ଆକ୍ରମଣ ଚାଲିଛି। ରାଜ୍ୟର ବହି ସମ୍ବେଦନଶୀଳ ଘଟଣା ଉପରେ ସାମ୍ବାଦିକମାନେ ସତ୍ୟଘଟଣା ଗଣମାଧ୍ୟମରେ କମାନୁୟରେ ପ୍ରକାଶ ହେବାରେ ବୋଧହୁଏ ପ୍ରଶାସନ ଚକ୍ର ପ୍ରତିକ୍ରିୟାଶୀଳ ହୋଇପଡିଛି। ଗତ ଏକ ବର୍ଷ ଧରି ଅଦ୍ୟାବଧି ରାଜ୍ୟରେ ଶତାଧିକ ଆକ୍ରମଣ ଘଟଣା ଘଟିଯାଇଛି। ଏପରିକି ଅନେକ ସାମ୍ବାଦିକ ସେମାନଙ୍କର ମୂଲ୍ୟବାନ ଜୀବନ ହରାଇଛନ୍ତି। ଅନେକ ପ୍ରାୟୋଜିତ ଅପରାଧିକ ମାମଲାରେ ପେଷି ହେଉଛନ୍ତି। ଫଳତଃ ସାମ୍ବାଦିକମାନେ ଭୟରେ ସତ୍ୟାସତ୍ୟକୁ ଲୋକଲୋଚନକୁ ଆଣିପାରୁନାହାଁନ୍ତି। ‘ଦି ମିଡିଆ ରାଜ୍ୟସ୍ତରୀୟ କର୍ତ୍ତବ୍ୟରତ ସାମ୍ବାଦିକ ଓ ଲେଖକ ଫୋରମ ପକ୍ଷରୁ ବିପଦଗ୍ରସ୍ତ ବାକୁ ସ୍ବାଧୀନତା ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ଜଷ୍ଟିସ୍ ମାନସ ରଞ୍ଜନ ମିଶ୍ର ଯୋଗଦେଇ ଏପରି ମତବ୍ୟକ୍ତ କରିଛନ୍ତି। ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ ଫୋରମର ରାଜ୍ୟ ସଭାପତି ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ଅଧ୍ୟକ୍ଷ ସାମ୍ବାଦିକ ସରୋଜ କୁମାର ମିଶ୍ର ସ୍ୱାଗତ ଭାଷଣ ସହିତ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ସ୍ତମ୍ଭକାର ମଦନମୋହନ ମହାପାତ୍ର ଆଲୋଚନାଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର। ଶ୍ରୀ କର କହିଲେ ସାମ୍ବାଦିକମାନଙ୍କର ସୁରକ୍ଷା ପାଇଁ ଭାରତର ୮ଟି ବିଭିନ୍ନ ରାଜ୍ୟ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିବା ବେଳେ ଓଡିଶା ସରକାର ତୁରନ୍ତ ଏ ଦିଗରେ ଆଇନ ପ୍ରଣୟନ ନିମନ୍ତେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅବସରକାଳୀନ ପେନସନ ଯୋଗାଇବାକୁ ଶ୍ରୀ କର ଦାବି କରିଥିଲେ। ବିଶିଷ୍ଟ ବକ୍ତାଭାବେ ବରିଷ୍ଠ ଆଇନଜୀବି ତଥା ପୁରୀ ବାର ଆସୋସିଏସନର ପ୍ରାକ୍ତନ ସଭାପତି ପୁଷ୍କର ମହାପାତ୍ର ଯୋଗଦେଇ ସାମ୍ବାଦିକ ମାନଙ୍କର ସୁରକ୍ଷା ନିମନ୍ତେ ଗୁରୁତ୍ବାରୋପ କରିଥିଲେ। ଅନ୍ୟତମ ଅତିଥିଭାବେ ପରିଦର୍ଶକ ଖବର କାଗଜର ସଂପାଦକ ବାବା ଲଲାଟେନ୍ଦୁ କେଶରୀ ଯୋଗଦେଇ କହିଲେ କ୍ଷୁଦ୍ର ଓ ମଧ୍ୟମ ଖବର କାଗଜଗୁଡିକୁ ରାଜ୍ୟ ସରକାର ପଞ୍ଜିକରଣ କରିବା ଆବଶ୍ୟକତା ରହିଛି। ସମ୍ମାନିତ ଅତିଥିଭାବେ ପ୍ରଫେସର କାର୍ତ୍ତିକ କୁମାର ଦାସ, ସାମାଜିକ କର୍ମୀ ପ୍ରତିଭା ତ୍ରିପାଠୀ ଓ ତୀର୍ଥଶଚନ୍ଦ୍ର ରାୟ ମହାଶୟ ପ୍ରମୁଖ ମଞ୍ଚାସୀନ ଥିଲେ। ଆଲୋଚନା ଚକ୍ରରେ ସାମ୍ବାଦିକ ବିଜୟ ପଟ୍ଟନାୟକ, ବିଶ୍ବଜିତ୍‌ ପଟ୍ଟନାୟକ, ଜୁପିଟର ଦାସ, ପୂର୍ଣ୍ଣଚନ୍ଦ୍ର ନାୟକ, ଦୀପକ କୁମାର ବେହେରା, ପ୍ରଦୀପ କୁମାର ନାୟକ, ନୃସିଂହଚରଣ ମହାନ୍ତି, ସଂଜୟ କୁମାର ଅଗ୍ରୱାଲ, ଆଇନଜୀବି ରତିକାନ୍ତ ପ୍ରତିହାରୀ, ଗୋପାଳ ପଣ୍ଡା, ପ୍ରଫେସର ହରପ୍ରସାଦ ମିଶ୍ର, ପ୍ରଫେସର ଅଭିମନ୍ୟୁ ଭୂୟାଁ, ଅଶୋକ କୁମାର ମହାପାତ୍ର, ଡଃ ବଳରାମ ଦାଶ, ଜୟନ୍ତୀ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅନେକ ସାମଜିକ ପ୍ରତିଭାଙ୍କୁ ଫୋରମ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଫୋରମର ସଂପାଦକ ସତ୍ୟଜିତ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଭବାନୀ ପ୍ରସାଦ ବଳିଆର ସିଂ, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ଓ ତପନ କୁମାର ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.