Home କେନ୍ଦୁଝର ପୋଲିଓ ବୁନ୍ଦା ଖାଇଲେ ୯ ହଜାର ଶିଶୁ

ପୋଲିଓ ବୁନ୍ଦା ଖାଇଲେ ୯ ହଜାର ଶିଶୁ

132

ପାଟଣା, ୨୧/୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ରବିବାର ପୋଲିଓ ବୁନ୍ଦା କାର୍ଯ୍ୟକ୍ରମରେ ୧ବର୍ଷ ରୁ ପାଞ୍ଚ ବର୍ଷ ର ଶିଶୁ ଙ୍କୁ ପୋଲିଓ ବୁନ୍ଦା ଖୁଆ ଯାଇଛି।କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ଼ଃ. ସୁପ୍ରକାଶ ଶତପଥୀ ଉଦ୍ଘାଟନ କରି ଶିଶୁ ଙ୍କୁ ପୋଲିଓ ଖୁଆଇ ଶୁଭାରମ୍ଭ କରିଥିଲେ।

ରବିବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ୯ ହଜାର ୫୬୫ ଜଣଶିଶୁ ଙ୍କୁ ପୋଲିଓ ବୁନ୍ଦା ଖୁଆଯାଇଛି। ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୋରଜିନି ସେଠୀ, ବି, ପି, ଏମ ଦୀପକ କୁମାର ନାୟକ, ସୁପରଭାଇଜର ତପନ କୁମାର ଜେନା, ସରସ୍ୱତୀ ମହାନ୍ତ, ଅଙ୍ଗନ ୱାଡି ଓ ଆଶା କର୍ମୀ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.