Home କନ୍ଧମାଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ

ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ

170

ବାଲିଗୁଡା, ୨୦/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରାଜ୍ୟ ସଭାପତି ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ସଭା ଗୃହ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଂଘର ସଦସ୍ୟ ପ୍ରଫୁଲ୍ଲ ସିଂ, ଖୋର୍ଦ୍ଧା ସଂଘ ସଭାପତି ଦିନବନ୍ଧୁ ମୁଦୁଲି, ସମ୍ପାଦକ ତ୍ରିନାଥ ସେଠି, ଜିଲ୍ଲା ସଭାପତି ବିଷ୍ଣୁ ଚରଣ ମହାକୁଡ଼, ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ଲାଞ୍ଜୁକା ପ୍ରଧାନ, ସଭାପତି ଭାବେ ପାର୍ଥବ ନାଇକ, ଉପ ସଭାପତି ଭାବେ ଗୋପୀନାଥ ପାତ୍ର, ସନ୍ତୋଷ ନନ୍ଦ, ସମ୍ପାଦକ ଭାବେ ବିନୋଦ ଚନ୍ଦ୍ର ପଟ୍ଟନାୟକ, ସହ ସମ୍ପାଦକ ଭାବେ ଶିଶିର କୁମାର ପରିଛା, କୋଷାଧକ୍ଷ ଭାବେ ନାରାୟଣ ପ୍ରଧାନ, ଏବଂ ସମୀକ୍ଷକ ଭାବେ ବିବତ୍ସ ନାୟକ ନିର୍ବାଚିତ ହୋଇଥିଲେ। ପାର୍ଥବ ନାଇକ ସଭା ପରିଚାଳନା କରି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏ ନେଇ ପରେପରେ ରାଜ୍ୟ ସରକାରଙ୍କ ନିକଟରେ ୫ଦଫା ଦାବି ଉପସ୍ଥାପନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଉକ୍ତ ଦାବି ଗୁଡିକ ମଧ୍ୟରେ ଅବସର ସମୟ ସୀମା ୬୦ରୁ୬୨ବୟସ କୁ ବୃଦ୍ଧି, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୭ମ ବେତନ କମିଶନ ଅର୍ଥ ନିୟମିତ ପ୍ରଦାନ, ମହଙ୍ଗା ଭତ୍ତା ଦେବାରେ ଟାଳଟୁଳ ନୀତି କୁ ବିରୋଧ, ମୃତ୍ୟୁ କିମ୍ବା ବିକଳାଙ୍ଗ କର୍ମଚାରୀ ମାନଙ୍କର ପରିବାରର ଜଣକୁ ନିୟମିତ କରିବା ଇତ୍ୟାଦି ଦାବି ରହିଛି। ଶେଷରେ ପାର୍ଥବ ନାଇକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.