Home ଜିଲ୍ଲା ପରିକ୍ରମା ବୈତରଣୀ ବନ୍ୟାରେ୧୨ ପଞ୍ଚାୟତର ୩୫ହଜାର ଲୋକ ଓ ୩ହଜାର ଗୃହପାଳିତ ପଶୁ ବିପନ୍ନ, କଣ୍ଟିଘାଇ ଦେଇ...

ବୈତରଣୀ ବନ୍ୟାରେ୧୨ ପଞ୍ଚାୟତର ୩୫ହଜାର ଲୋକ ଓ ୩ହଜାର ଗୃହପାଳିତ ପଶୁ ବିପନ୍ନ, କଣ୍ଟିଘାଇ ଦେଇ ୧୫ଫୁଟ ଉଚ୍ଚତାର ଜଳ ପ୍ରବାହିତ

28

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ବନ୍ୟାରେ ୧୨ ପଞ୍ଚାୟତର ୩୫ ହଜାର ଲୋକ ଓ ୩ ହଜାର ଗୃହପାଳିତ ପଶୁ ବିପପନ୍ନ ହୋଇଛନ୍ତି । ଆଜି ଦିନ ଦୁଇଟାରେ ଜଳସ୍ତର ୧୮.୪୮ମିଟରରେ ପହଞ୍ôଚବା ପରେ ଅପରାହ୍ନ ୫ଟା ଠାରୁ ହ୍ରାସ ପାଉଛି । ସନ୍ଧ୍ୟା ଛଅଟା ସୁଦ୍ଧା ବିପଦସଙ୍କେତ ସ୍ତର ୧୭.୮୩ ମିଟର ଠାରୁ ବହୁ ଉପରେ ୧୮.୪୬ ମିଟରରେ ପ୍ରବାହିତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁ୍‌ଣ୍ଡ କେଉଁଝରରେ ୨୫.୬ ମି.ମି., ଚମ୍ପୁଆରେ ୭୮.୮ମି.ମି., ସ୍ୱାମୀପାଟଣାରେ ୩୪.୦ ମି.ମି., ଠାକୁରମୁଣ୍ଡାରେ ୧୮.୪ ମି.ମି., ଆନନ୍ଦପୁରରେ ୧୨୩.୪ ମି.ମି. ଓ ଆଖୁଆପଦାରେ ୧.୨ ମି.ମି. ବର୍ଷା ରେକର୍ଡ କରାଯାଇଛି । ଉପରମୁଣ୍ଡରେ ବ୍ୟାପକ ବର୍ଷା ନଦୀର ଜଳସ୍ତର ପ୍ରତିବନ୍ଧକ ସାଜିଛି । ଏହି ସମୟ ମଧ୍ୟରେ ୫୨୦ ମିଟର ଦୀର୍ଘ କଣ୍ଟିଘାଇ ମଧ୍ୟଦେଇ ପ୍ରବେଶ କରୁଥିବା ୧୫ଫୁଟ ଉଚ୍ଚତାର ବ୍ୟାପକ ମାତ୍ରାରେ ବନ୍ୟାଜଳ ସାତଟି ପଞ୍ଚାୟତକୁ ଡୁବାଇ ଦେଇଛି । ଫଳରେ ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ, କୁରିଗାଁ, ବାଲିପୋଖରୀ, ରଣିଜତ(ଆଂଶିକ) ଆଦି ପଞ୍ଚାୟତ ସମେତ ତଳିହା ଅଞ୍ଚଳ ଓ ହଜାର ହଜାର ହେକ୍ଟର ଧାନଜମି ଜଳବନ୍ଦୀ ହୋଇଛି । ସେହିପରି ଝୁଟୁଣା ପଞ୍ଚାୟତ, ତେସିଙ୍ଗା ପଞ୍ଚାୟତର ସାନବନସ୍ତା ଗ୍ରାମ ତରାଇସାହି, ବନ୍ଦାଳୋ-ମଢିଆଳି, ନାଆମୀ ଆଦି ପଞ୍ଚାୟତର ବନ୍ୟାପ୍ରବଣ ଅଞ୍ଚଳ ଗତ ଚାରି ଦିନ ଧରି ଜଳବନ୍ଦୀ ହୋଇ ରହିଛି ।

ଏଗାରଟି ପଞ୍ଚାୟତର ୩୫ ହଜାର ଲୋକ ଓ ତିନି ହଜାର ଗୃହପାଳିତ ପଶୁ ବିପନ୍ନ ହୋଇଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବଦକ୍ଷେପ ଗ୍ରହଣ କରାଯାଇଛି । ଭଣ୍ଡାରିପୋଖରୀ ବନ୍ୟାଞ୍ଚଳ ପାଇଁ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଦାଇଥ୍ୱ ଦିଆଯାଇଥିବା ବେଳେ ପ୍ରତ୍ୟେକ ପଞ୍ଚାୟତରେ ଜଣେ ଲେଖାଏଁ ନୋଡାଲ ଅଧିକାରୀଙ୍କୁ ଦାଇତ୍ୱ ଦିଆଯାଇ ମୁତୟନ କରାଯାଇଛି । ପ୍ରତ୍ୟେକ ପଞ୍ଚାୟତ ଗୋଦାମ ଗୃହରେ ଶୁଖିଲା ଖାଦ୍ୟ ମହଜୁଦ କରି ରଖାଯାଇଛି । ଏଗାରଟି ବନ୍ୟାପ୍ରବଣ ପଞ୍ଚାୟତରେ ୧୭ଟି ଅସ୍ଥାୟୀ ଆଶ୍ରୟସ୍ଥଳ କେନ୍ଦ୍ର ଖୋଲାଯାଇଛି । ବ୍ଲକରେ ଗୋଟିଏ ବୋଟ ଓ ମାଳଦା ପଏଣ୍ଟରେ ଅନ୍ୟ ଗୋଟିଏ ବୋଟ ଉଦ୍ଧାର କାର୍ଯ୍ୟ ପାଇଁ ରଖାଯାଇଛି । ପ୍ରଶାସନ ପକ୍ଷରୁ ବ୍ୟାବକ ସଚେତନ ସୃଷ୍ଟି କରାଯିବା ସହ ଏନଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀକୁ ଜାଗତିଆର କରି ରଖାଯାଇଛି । ଅତିରିକ୍ତ ଜିଳ୍ଲାପାଳ ଶ୍ରୀ ଦାଶ ବିଡିଓ ଦେବଦତ୍ତ ଦାଶ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥଶଙ୍କର ଦାସଙ୍କ ସହ ମଣିନାଥପୁର, ଜଳହରୀ ଓ ବନ୍ଦାଳୋ-ମଢିଆଳି ବାତ୍ୟା ଆଶ୍ରୟସ୍ଥଳୀକୁ ପରିଦର୍ଶନ କରି ସମସ୍ତ ପ୍ରସ୍ତୁତି ତଦାରଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.