Home ଜିଲ୍ଲା ପରିକ୍ରମା ପୋଲକୁ ପିଟିଲା ଟାଟା ଏସି, ଚାଳକ ମୃତ

ପୋଲକୁ ପିଟିଲା ଟାଟା ଏସି, ଚାଳକ ମୃତ

13

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ଦମକଳ କେନ୍ଦ୍ର ସମ୍ମୁଖରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଟାଟାଏସି ପୋଲକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି । ବିଷ୍ଣୁପୁର ପଞ୍ଚାୟତ ଅନ୍ତର୍ଗତ ଆଦମପୁର ଗ୍ରାମର କୃପାସିନ୍ଧୁ ବେହେରା ଓଡି୨୨ଓ-୮୦୮୭ ଟାଟାଏସିରେ କୁକୁଡା ଖାଦ୍ୟ ନେଇ ନଳାଙ୍ଗରୁ ଭଣ୍ଡାରିପୋଖରୀ ଅଂଚଳକୁ ଆସୁଥିଲେ । ଦିନ ପ୍ରାୟ ୧.୩୦ ମିନିଟ୍ ସମୟରେ ଗାଡିଟି ଭାରସାମ୍ୟ ହରାଇ ପୋଲକୁ ଧକ୍କା ଦେଇ ନୟନଯୋରୀକୁ ଓଲଟି ପଡିଥିଲା । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଦୁର୍ଘଟଣା ସ୍ଥଳରୁ ଚାଳକକୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ଡାକ୍ତର ସେଠାରେ ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଶବ ଭଦ୍ରକ ପଠାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.