Home ଜିଲ୍ଲା ପରିକ୍ରମା ବିଶ୍ୱ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ବିଶ୍ୱ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

6

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଶ୍ୱ ଆର୍ନ୍ତଜାତୀୟ ମହିଳା ଦିବସ ଜିଲ୍ଲା ସଂସ୍କୃତି ଭବନରେ ଫେଲୋସିପ୍ ଅଗ୍ରଣୀ ଅନୁଷ୍ଠାନର ସଂଯୋଜନା ଓ ଅଖିଳ ଭାରତୀୟ ଗଣତାନ୍ତ୍ରୀକ ମହିଳା ସମିତି, ଇନ୍‌ର ହୁଇଲ କ୍ଲବ୍ ଭଦ୍ରକର ଡ଼କ୍ଟର ସହାୟତାରେ ପାଳନ କରାଯାଇଛି । ଫେଲୋସିପ୍‌ର ସଭାପତି ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱ କରିଥିବା ବେଳେ ଅତିଥି ପରିଚୟ ଜାରୁଲତା ମହାପାତ୍ର କରିଥିଲେ । ଅତିଥି ଭାବେ ସୋମାଚାନ୍ଦ,ଡ଼ି.ଏସପି ଡ଼ିଆଇଭି ପ୍ରଭାତ ବିଶ୍ୱାଳ, ରାଧାରାଣୀ ମହାପାତ୍ର, ଡ଼କ୍ଟର ସୁକାନ୍ତି ମହାପାତ୍ର, ଅବନ୍ତି ମଲ୍ଲକି, ଇପ୍ସିତା ଜେନା, ସୋଫିଆ ସେକ, ସୁରଜିତା ନାୟକ,ପ୍ରଭାତ ବିଶ୍ୱାଳ ପ୍ରମୁଖ ଯୋଗ ଦାନ କରି ମହିଳା ଦିବସର ତାପର୍ଯ୍ୟ ଅବସ୍ଥା ଓ ନିରାକରଣ ବିଷୟରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଫେଲୋସିପର ସମ୍ପାଦକ ଏ.ସ.ଏମ୍ ଫାରୁକ ସୂଚାଇଥିବା ବେଳେ ପ୍ରଭାତି ଜେନା ଓ ଉତ୍ପଳା ନାୟକ ନିଜ ନିଜର ଅଭି ଭାଷଣ ରଖିଥିଲେ । ଏହି କାର୍ଯ୍ୟ କ୍ରମରେ ବହୁ ସଂଖ୍ୟକ ମହିଳା ଓ କିଶୋରି ବାଳିକା ମାନେ ଯୋଗ ଦେଇଥିଲେ । ଫେଲୋସିପ୍ ଓ ଆସିଆନାର ଶିଶୁମାନେ ଖୁବ୍ ସୁନ୍ଦର ନୃତ୍ୟ ପରିବେଶଣ କରିଥିଲେ । ପରିଶେଷରେ ଫେଲୋସିପର ନିର୍ଦ୍ଦେଶକ ଲଲାତେନ୍ଦୁୁ ମହାନ୍ତି ଧନ୍ୟବାଦ ଅର୍ପଣ କାରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.