Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ମହାଶିବରାତ୍ରୀ

ଭଣ୍ଡାରିପୋଖରୀରେ ମହାଶିବରାତ୍ରୀ

4

ଭଦ୍ରକ, ୮ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ପୁରପଲ୍ଲୀରେ ପବିତ୍ର ମହାଶିବରାତ୍ରୀ ଓ ଜାଗରଯାତ୍ରା ଶୁକ୍ରବାର ପାଳିତ ହୋଇଛି । ଭକ୍ତମାନେ ଉପବାସ ରହିବା ସହ ଶୈବପୀଠ ଦର୍ଶନ କରି କାଗଜ ନିର୍ମିତ ଛତା, ଦୀପ ଦାନ କରିଥିଲେ । ବେଲପତ୍ର ପାଦୁକା ସେବନ ପୂର୍ବକ ପ୍ରଭୁଙ୍କୁ ଉପାସନା କରିଥିବା ଦେଖାଯାଇଥିଲା । ଔଁ ନମଃ ଶିବାୟ ମନ୍ତ୍ର ଜପ କରି ଶ୍ରଦ୍ଧାଳୁମାନେ ମନ୍ଦିର ଉପରେ ପ୍ରଜ୍ଜ୍ୱଳିତ ମହାଦୀପକୁ ଦର୍ଶନ କରିବା ନିମନ୍ତେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉଜାଗର ରହିଥିଲେ । ଏହି ଉପଲକ୍ଷେ ବିଭିନ୍ନ ଶିବ ମନ୍ଦିରକୁ ଆକର୍ଷଣୀୟଭାବେ ସଜ୍ଜିତ କରାଯାଇଥିଲା । ମୁୁଢାପଦାର ପ୍ରସିଦ୍ଧ ବାବା ବୈଦ୍ୟନାଥ ମନ୍ଦିରଓ ଦାଣ୍ଡକୂଳର ବାବା ଝାଡେଶ୍ୱର ମନ୍ଦିରରେ ଭଦ୍ରକ ଓ ଯାଜପୁରର ଜିଲ୍ଲାର ବହୁଭକ୍ତଙ୍କ ସମାଗମ ହୋଇଥିଲା । ସେହିପରି ରଣଜିତ ପଞ୍ଚାୟତର ନୂଆନଈ ନିକଟରେ ଅପୂଜା ମହାଦେବପୀଠରେ ବିପୁଳ ସଂଖ୍ୟକ ଭକ୍ତମାନେ ବାବାଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଭଣ୍ଡାରିପୋଖରୀ ଥାନା ପରିସରରେ ଥିବା ବାବାଶିତିକଣ୍ଠେଶ୍ୱର, ମେଡିକାଲ ପରିସରରେ ରାମେଶ୍ୱର, ଭଣ୍ଡାରିପୋଖରୀ ବଜାରରେ ଦର୍ପେଶ୍ୱର, ଅଗେଇବେହେରାର ଆଖଣ୍ଡଳେଶ୍ୱର, ଥଇଳାର ଥାନେଶ୍ୱର ଓ ଦୁଃଖେଶ୍ୱର, ରହଣିଆର କଚେରୀଶ୍ୱର ଓ ଉତ୍ତରେଶ୍ୱର, ରାଢୋର ବିଶ୍ୱେଶ୍ୱର, ମାଳଦାର ଛୋଟେଶ୍ୱର ଓ ନୂଆମହାଦେବ, ନଗୁଆଁର ନାଗେଶ୍ୱର ଓ ଭଗେଶ୍ୱର, ଝୁଟଣାର ଅଷ୍ଟଶମ୍ଭୁ ଓ ସ୍ୱପ୍ନେଶ୍ୱର, ଦେଓପଦାର ଶୈବପୀଠ, ଝଟୁଣାର ସ୍ୱପ୍ନେଶ୍ୱର, ଶାତଶୋଳାର ଅଖିଳେଶ୍ୱର, ବାରିକପୁର ମେଡିକାଲ ପରିସର ଶିବମନ୍ଦିର, ପନଖାର ନୀଳକଣ୍ଠେଶ୍ୱର, ନାଆଁମୀର ଧବଳେଶ୍ୱର, ପାଳଦା ଉତ୍ତବାଡ ବାବା ଜମ୍ବେଶ୍ୱର ମହାଦେବ, ଦକ୍ଷିଣବାଡ ମହାଦେବ ମନ୍ଦିର, ବନ୍ଦାଳୋର ଗତେଶ୍ୱର, ରାଜେନ୍ଦ୍ରପୁରର ସର୍ବେଶ୍ୱର, ସାରୋର ବିଘ୍ନେଶ୍ୱର ଓ ସିଦ୍ଧେଶ୍ୱର, ଶାସନର ଭାବେଶ୍ୱର, ଆକୁଲିକଣାର ବରୁଣେଶ୍ୱର, ଜଗନ୍ନାଥପ୍ରସାଦର ଲୋକନାଥେଶ୍ୱର, ଆଖୁଆପଦାର ହରପାର୍ବତୀ ଆଦି ମୁଖ୍ୟ ଶିବ ମନ୍ଦିର ସହ ଗାଁ ଗହଳିରେ ଥିବା ସମସ୍ତ ଶିବମନ୍ଦିରରେ ବିପୁଳ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ବାବଲପୁର ମହାଦେବ ମନ୍ଦିରରେ ଶ୍ରୀରାମଚରିତ ଓ ସୁନ୍ଦରାକାଣ୍ଡ ପାରାୟଣ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.