Home ଓଡ଼ିଶା ବନ ବିଭାଗ ଓ ଗ୍ରାମବାସୀ  ମୁହାଁମୁହିଁ ଶାଳ କାଠ ଜବତ

ବନ ବିଭାଗ ଓ ଗ୍ରାମବାସୀ  ମୁହାଁମୁହିଁ ଶାଳ କାଠ ଜବତ

54

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୯/୧୦- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଗ୍ରାମବାସୀ ମାନେ ଗ୍ରାମ ନିକଟ ରେ ଥିବା ଜଙ୍ଗଲ ର ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେଇଥାନ୍ତି ।  କାରଣ ଶବ ସଂସ୍କାର ଓ ଗ୍ରାମର ସାଂସ୍କୃତିକ କାର୍ଯ୍ୟ , କୋଠ ଭୋଜି ଭାତ ସମୟରେ ଗ୍ରାମ ଜଙ୍ଗଲ ରୁ କାଠ କାଟି ବ୍ୟବହାର କରିଥାନ୍ତି । ଜଙ୍ଗଲ ର ସୁରକ୍ଷା ପାଇଁ ବନ ବିଭାଗ ଗାଁ ଗାଁ ରେ ବନ ସୁରକ୍ଷା ସମିତି  ଗଠନ କରିଅଛି । ଯାହାଦ୍ୱାରା କି ବଢୁଥିବା ଜଙ୍ଗଲ ରେ ଗ୍ରାମବାସୀ ଙ୍କର ଅଧାଭାଗ ରହିଥାଏ । ରଣପୁର ବନାଂଚଳ ସୁରୁକାବାଡି ଓ ହାତୀବାଡି ଗ୍ରାମବାସୀ ମାନେ ତାଙ୍କ ମୈାଜା ରେ ଥିବା ଶାଳ ଜଙ୍ଗଲ ରକ୍ଷଣା ବେକ୍ଷଣ କରିଆସୁଥିଲେ । ଗତ ଅକ୍ଟୋବର ୨୮ ତାରିଖ ରେ ଗ୍ରାମ ରେ ଅଷ୍ଟପ୍ରହର ନାମ ଯଜ୍ଞ ହେବା ଉଦେଶ୍ୟ ରେ କିଛି ଶାଳ ଗଛ କାଟୁଥିଲେ । ଏହି ସମୟରେ ଜଙ୍ଗଲ ରକ୍ଷୀ ରଞ୍ଜନା ପରିଡା ସେଠାରେ ପହଂଚି ଶାଳ ଗଛ କାଟିବାକୁ ମନା କରିଥିଲେ ।

ଗ୍ରାମବାସୀ ମାନେ ଅମାନିଆ ହୋଇ ଗଛ କାଟିବାରୁ ବନାଞ୍ଚଳ ଅଧିକାରୀ ଙ୍କୁ ବନରକ୍ଷୀ ଖବର ଦେଇଥିଲେ । ରଣପୁର ବନାଂଚଳ ଅଧିକାରୀ ଶାନ୍ତନୁ କୁମାର ଦଳେଇ ସଦଳ ବଳେ ସେଠାରେ ପହଂଚି କାଟିଥିବା ଶାଳ କାଠ ଗଣ୍ଡି କୁ ଜବତ କରିଥିଲେ । ଏ ଖବର ଶୁଣି ଗ୍ରାମବାସୀ ମାନେ ଘଟଣା ସ୍ଥଳ କୁ ମାଡିଆସି ଜବତ ହୋଇଥିବା କାଠ ଗଣ୍ଡି ବୁହା ଗାଡି ଆଗ ରେ ଶୋଇ ରହିଥିଲେ । କିଛି ସମୟ ପାଇଁ ଗ୍ରାମବାସୀ ଓ ବନ କର୍ମଚାରୀ ଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା । ବନ ବିଭାଗ କିଛି ଶାଳ କାଠ ଗଣ୍ଡି ଜବତ କରି ଆଣିଥିବା ବେଳେ ବଳକା ଶାଳ କାଠ ଗଣ୍ଡି କୁ ଗ୍ରାମବାସୀ ମାନେ ନେଇଥିଲେ । ସୁରୁକାବାଡି ଗ୍ରାମ ରେ ବନ ସୁରକ୍ଷା ସମିତି ଗଠନ ହୋଇ ନଥିବାରୁ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.