Home ଓଡ଼ିଶା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୯ ଗିରଫ, ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଗ୍ରାମବାସୀଙ୍କ ଅଭିଯୋଗ

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୯ ଗିରଫ, ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଗ୍ରାମବାସୀଙ୍କ ଅଭିଯୋଗ

148

ଯୋଡା, ୧୭/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାମେବାରୀ ଥାନା ଅନ୍ତର୍ଗତ ଲଙ୍ଗାଲୋଟା ଗ୍ରାମରେ ୧୬ ତାରିଖ ରାତିରେ ୧୫ ତାରିଖର ପତାକା ଉତ୍ତୋଳନ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇ ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ । ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଏହି ପିରସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଥିବା ବେଳେ ଉତ୍ୟକ୍ତ ଲୋକେ ପୁଲିସକୁ ମଧ୍ୟ ଛାଡିନଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପାଇଁ ପୁଲିସକୁ ସେଠାରେ ଲାଠି ଚାଳନା ଏବଂ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା । ତେବେ ଆନ୍ଦୋଳନକାରିମାନଙ୍କୁ ଚିହ୍ନଟ କରି ପୁଲିସ ଲଙ୍ଗାଲୋଟା ଗ୍ରାମ ମଧ୍ୟକୁ ପ୍ରବେଶ କରି ସେମାନଙ୍କୁ ଘରୁ ଘୋଷାଡି ବାହାର କିଥିଲେ । ସେମାନଙ୍କ ମଧ୍ୟରୁ ୯ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ସେମାନେ ହେଲେ ସଞ୍ଜୟ ବାରିକ୍‌, ଗଣେଶ୍ୱର ମହାନ୍ତ, ଲକ୍ଷ୍ମୀଧର ପୃଷ୍ଟି, କାଳିଚରଣ ମୁଣ୍ଡା, ରାଜୁ ମୁଣ୍ଡା, ଭାନୁ ଓରାମ, ପରମେଶ୍ୱର ପାତ୍ର, ଗୌରୀଶଙ୍କର ପାତ୍ର, ତପନ ବୋଶ । ପୁଲିସ ଗ୍ରାମ ଭିତରେ ପଶି ଏପରି ଆତଙ୍କ ସୃଷ୍ଟି କରିଥିଲେ ଯେ, କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଗ୍ରାମବାସୀ ପୁରୁଷ ଶୂନ୍ୟ ହୋଇପଡିଥିଲା । ଏବେ ଉକ୍ତ ଗ୍ରାମର ପୁରୁଷ ମାନେ ନିକଟସ୍ଥ ଅନ୍ତରାମନ୍ତରା ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ପୁଲିସ ଛାଉଣିରେ ପରିଣତ ହୋଇଥିବା ବେଳେ ଏହି ଗିରଫଦାରି ସଂଖ୍ୟା ୨ଶହ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ପୁଲିସ ଘଟଣାଟିରେ କେଶ ନଂ. ୧୦୬ରେ ମାମଲା ଋଜୁ କରିଛି । ତେବେ କେତେକ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ପୁଲିସର ଏକତରଫା ନିସ୍ପତି ଯୋଗୁଁ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ବେଳେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ବାସିନ୍ଦା ନାପସନ୍ଦ କରିଛନ୍ତି । ତେବେ ଲଙ୍ଗାଲୋଟା ଗ୍ରାମରେ ଟେଲିଫୋନ ନେଟୱାର୍କ କାମକରୁନଥିବାରୁ ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.