Home ଓଡ଼ିଶା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଓ ଆକର୍ଷଣୀୟ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଓ ଆକର୍ଷଣୀୟ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ

20

ପୁରୀ ୧୯ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କାର୍ତିକ ପୂର୍ଣ୍ଣିମା ଅବସର ରେ ଆଜି ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଓ ଆକର୍ଷଣୀୟ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଏହି ବେଶରେ ମହଣ ମହଣ ସୁନାରେ ବିଭୂଷିତ ହୋଇ ଥାନ୍ତି। ଏହି ବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଙ୍କ ଭିଡ଼ ହୋଇ ଥାଏ ଶ୍ରୀମନ୍ଦିର ରେ। ତେବେ କୋଭିଡ କଟକଣା ପାଇଁ ଆଜି ଶ୍ରୀମନ୍ଦିର ରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଅତ୍ୟଧିକ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନା ଥିବା ବେଳେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏଣୁ କାର୍ତ୍ତିକ ପୂର୍ଣ୍ଣିମାରେ ଦର୍ଶନ ବନ୍ଦ ରହିଛି। ସେପଟେ ଭକ୍ତ ମାନେ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ବେଶ ଦୁଃଖ ପ୍ରକାଶ କରିଛନ୍ତି। ସିଂହ ଦ୍ୱାର ସମୁଖ ରେ ଠିଆ ହୋଇ ପତିତପାବନଙ୍କୁ ଓ ନୀଳଚକ୍ର କୁ ମୁଣ୍ଡିଆ ମାରି ଫେରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.