Home ଜିଲ୍ଲା ପରିକ୍ରମା ପୋଖରୀରେ ପଡ଼ି ଶିଶୁ ସଲିଳ ସମାଧି

ପୋଖରୀରେ ପଡ଼ି ଶିଶୁ ସଲିଳ ସମାଧି

12

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଆଙ୍କପଡ଼ା ଗ୍ରାମର ଜଣେ ଶିଶୁ ଶନିବାର ପୂର୍ବାହ୍ନରେ ପୋଖରୀରେ ପଡ଼ି ସଲିଳ ସମାଧି ନେଇଥିବା ଜଣାଯାଇଛି । ପ୍ରକାଶ ଯେ ଆଙ୍କପଡ଼ା ଗ୍ରାମର ପ୍ରମୋଦ କୁମାର ବେହେରାଙ୍କ ଶିଶୁପୁତ୍ର ସତ୍ୟରଂଜନ (୩) ଘର ନିକଟସ୍ଥ ଥିବା ଏକ ପୋଖରୀ ନିକଟରେ ବଲ ଖେଳୁଥିଲେ । ବଲଟି ପୋଖରୀ ମଧ୍ୟକୁ ପଡ଼ି ଯାଇଥିଲା । ସେହି ବଲକୁ ସତ୍ୟରଂଜନ ଆଣିବା ପାଇଁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଯାଇଥିଲେ । ପରେ ସତ୍ୟରଂଜନଙ୍କ ଘର ଲୋକ ବହୁ ଖୋଜାଖୋଜି ପରେ ପେଖରୀରେ ସତ୍ୟରଂଜନ ଭାସୁଥିବା ଦେଖି ତୁରନ୍ତ ତିହିଡ଼ି ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏ ନେଇ ବାଂଶଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.