Home ଜିଲ୍ଲା ପରିକ୍ରମା ଗୁଆମାଳ ବୀଣାପାଣି ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ରାଜ୍ୟପାଳ

ଗୁଆମାଳ ବୀଣାପାଣି ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ରାଜ୍ୟପାଳ

11

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନସ୍ଥ ଗୁଆମାଳ ସ୍ଥିତ ବୀଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଆମାଳର ଅନୁଷ୍ଠିତ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ ଅବସରରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରବିବାର ଅପରାହ୍ନ ୪ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ମାନିତ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳୀ ଓ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳୀରାମ ବୋନ୍ଦର, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡଃ ସନ୍ତୋଷ କୁମାର ତ୍ରିପାଠୀ, ଭଦ୍ରକ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲୀ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ପ୍ରଦୀପ କୁମାର ପଣ୍ଡା ସଭା ପରିଚାଳନା କରିବା ନିମନ୍ତେ ସ୍ଥିର ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ସରୋଜ କୁମାର ଦାସ ବିଦ୍ୟାଳୟ ବିବରଣୀ ପାଠ କରିବାକୁ ସ୍ଥିର କରାଯାଇଛି । ମହାମହିମ ରାଜ୍ୟପାଳ ଆସୁଥିବାରୁ ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ପ୍ରଦୀପ କୁମାର ପଣ୍ଡା, ଉପସଭାପତି ହରେକୃଷ୍ଣ ଜେନା, ସଂପାଦକ ସନାତନ ଜେନା, ସହସଂପାଦକ ଅଜୟ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ଖୁଣ୍ଟିଆ, ପ୍ରଧାନ ଶିକ୍ଷକ ସରୋଜ କୁମାର ଦାସ, ଅବସରପ୍ରାପ୍ତ ଶିକ୍ଷକ ଦେବବ୍ରତ ତ୍ରିପାଠୀ, ସମାଜସେବୀ ଲକ୍ଷ୍ମୀ କାନ୍ତ ଖୁଣ୍ଟିଆ, ମିଡିଆସେଲ୍ ଅଧ୍ୟକ୍ଷ ଗଣେଶ ପ୍ରସାଦ ରାଉତ, କାର୍ଯ୍ୟକାରୀ ସଭାପତି ତାପସ କୁମାର ପାଠୀ, ପ୍ରଦୀପ କୁମାର ଜେନା, ଜନାର୍ଦନ ତ୍ରିପାଠୀ, ଧୀରେନ କୁମାର ବେହେରା, ରମେଶ ଚନ୍ଦ୍ର ନାୟକ, ଭାଗବତ ପ୍ରଧାନ, ସୁଧାଂଶୁ ପାଣିଗ୍ରାହୀ, ପର୍ଶୁରାମ ପାଣିଗ୍ରାହୀ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.