Home ଓଡ଼ିଶା ପୋଖରୀରୁ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର

ପୋଖରୀରୁ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର

229

ଦେବଗଡ଼, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡା ଗାଁର ନିକଟସ୍ଥ ପୋଖରୀରୁ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିକ୍ଷକ ଜଣକ ପାଲୁଣୀପଡା ଗାଁର ଆଶୁତୋଷ ପଟେଲ ବୋଲି ଜଣାପଡିଛି। ତେବେ ପରିବାର ଲୋକଙ୍କ କହିବା ଅନୁସାରେ, ଗତକାଲି ସନ୍ଧ୍ୟାାାରୁ ସେ ନିଖୋଜ ଥିଲେ। ଆଜି ଘରଠୁ ୧୦୦ ମିଟର ଦୂରରେ ତାଙ୍କ ଶବ ମିଳିଛି। ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.