Home ଜିଲ୍ଲା ପରିକ୍ରମା ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର

ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର

18

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଥଇଳା ଗ୍ରାମ ମାତିନିସାହି ପୋଖରୀରୁ ଶୁକ୍ରବାର ସନ୍ଧ୍ୟାରେ ଜନୈକ ଯୁବକର ମୃତଦେହ ଉଦ୍ଧାର ହୋଇଛି । ଗ୍ରାମର ଅର୍ଜ୍ଜୁନ ସେଠୀଙ୍କ ପୁଅ ସୁବ୍ରତ(୨୩) ଚାଷକାମରୁ ଅପରାହ୍ନ ୩ଟାରେ ଫେରି ସଂପୃକ୍ତ ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରିନଥିଲେ । ପରିବାର ଲୋକେ ଖୋଜାଖୋଜି କରି ସନ୍ଧ୍ୟା ୫.୩୦ମି. ସମୟରେ ସୁବ୍ରତକୁ ପୋଖରୀରୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଥାନାରେ ଏକ ଅପମୃତ୍ୟୁ ମାମଲା ଋଜୁ ହୋଇ ଶନିବାର ଶବ ବ୍ୟବଚ୍ଛେଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.