Home ଜିଲ୍ଲା ପରିକ୍ରମା ଛତାବର-ଛଞ୍ôଛଣା ରାସ୍ତାରୁ ଉଚ୍ଛେଦ ଆରମ୍ଭ

ଛତାବର-ଛଞ୍ôଛଣା ରାସ୍ତାରୁ ଉଚ୍ଛେଦ ଆରମ୍ଭ

21

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଛତାବର-ଛଞ୍ôଛଣା ପୁର୍ତ୍ତ ରାସ୍ତା ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶନିବାର ଆରମ୍ଭ ହୋଇଛି । ମାଜିଷ୍ଟ୍ରେଟ ତଥା ତହସିଲଦାର ସରୋଜକାନ୍ତ ନାୟକ ପୁଲିସ ସୁରକ୍ଷା ବଳଙ୍କ ସହାୟତାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଛତାବର ବଜାର, କୁଲଣା ବଜାର, ମଞ୍ଜୁରୀରୋଡ ବଜାରରୁ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଛି । ଛତାବର ଠାରୁ ମଞ୍ଜୁରୀରୋଡ ପର୍ଯ୍ୟନ୍ତ ପ୍ରାୟ ଦୋକାନ ଭାଙ୍ଗି ଦିଆଯାଇଥିବା ଜଣାଯାଇଛି । କାଁ ଭାଁ ପ୍ରତିବାଦ ବ୍ୟତୀତ ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା । ରବିବାର ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.