Home ଜିଲ୍ଲା ପରିକ୍ରମା ପୋଖରୀରୁ ମହିଳାଙ୍କ ଶବ ଉଦ୍ଧାର, ପିତାଙ୍କ ଅଭିଯୋଗରେ ହତ୍ୟା ମାମଲା ଋଜୁ

ପୋଖରୀରୁ ମହିଳାଙ୍କ ଶବ ଉଦ୍ଧାର, ପିତାଙ୍କ ଅଭିଯୋଗରେ ହତ୍ୟା ମାମଲା ଋଜୁ

60

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ଗ୍ରାମର ଜୟଦେବ ଶାସିନୀଙ୍କ ପତ୍ନୀ ଅନନ୍ୟା(୨୪)ର ଶବ ଆଜି ଘରବାଡି ପୋଖରୀରୁ ଉଦ୍ଧାର ହୋଇଛି। ଜୟଦେବ ପରିବାର ଲୋକେ ଅନ୍ୟନ୍ୟାଙ୍କ ବାପଘରକୁ ନିଖୋଜ ସମ୍ପର୍କରେ ସୂଚନା ଦେଇଥିଲେ। ଅନନ୍ୟାଙ୍କ ପିତା ସଦାଶିବ ସରସଦାରେ ରବିବାର ସକାଳେ ପହଞ୍ଚି ବାଡି ପୋଖରୀ କୂଳରେ ଜୋତା ପଡିଥିବା ଦେଖି ସନ୍ଦେହ କରିଥିଲେ। ଏଥିନେଇ ସ୍ଥାନୀୟ ଦମକଳକେନ୍ଦ୍ରକୁ ଖବର ଦିଆଯାଇଥିଲା। ଦମକଳକେନ୍ଦ୍ର କର୍ମଚାରୀ ପୋଖରୀରୁ ଶବ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିବା ସହ ଥାନାକୁ ଜଣାଇଥିଲେ। ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାରେ ଅନନ୍ୟାଙ୍କ ପିତା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତୋଡଙ୍ଗା ଗ୍ରାମର ସଦାଶିବ ସାମଲ ସ୍ୱାମୀ ଜୟଦେବ ଓ ଶ୍ୱଶୁର ଆନନ୍ଦଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଅଭିଯୋଗ କରିଛନ୍ତି। ଗତ ୫ ବର୍ଷ ପୂର୍ବେ ବୈଦିକ ରୀତିରେ ହୋଇଥିବା ଏହି ବିବାହରେ ଆବଶ୍ୟକ ଯାନିଯୌତୁକ ଦିଆଯାଇଥିଲା। ବିବାହର କିଛି ଦିନ ବିତିବା ପରେ ଅଧିକ ସୁନା ଗହଣା ପାଇଁ ଅନନ୍ୟାକୁ ସ୍ୱାମୀ ଓ ଶ୍ୱଶୁର ଶାରିରୀକ ନିର୍ଯ୍ୟାତନା ଦେଉଥିଲେ। ଗତ ଶନିବାର ରାତ୍ର ୯ଟାରେ ସ୍ୱାମୀ ଜୟଦେବ ଓ ଶ୍ୱଶୁର ଆନନ୍ଦ ମିଳିତ ଭାବେ ବୋହୂ ଅନନ୍ୟାକୁ ମାଡମାରିଥିଲେ ବୋଲି ଅନନ୍ୟା ଫୋନଯୋଗେ ବାପଘରକୁ ଜଣାଇଥିଲା। ସକାଳେ ଝିଅ ଶବ ପୋଖରୀରୁ ଉଦ୍ଧାର ହୋଇଛି। ଏହା ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ସଦାଶିବ ଅଭିଯୋଗ କରିଛନ୍ତି। ଥାନାରେ ୩୩୮/୨୨ନଂ ମାମଲା ଋଜୁ ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.