Home ଜିଲ୍ଲା ପରିକ୍ରମା ବଡ଼ ସରକାର ବାବାଙ୍କ ୮ମ ବାର୍ଷିକ ଫାତେହା ସମାରୋହ ଉଦଯାପିତ

ବଡ଼ ସରକାର ବାବାଙ୍କ ୮ମ ବାର୍ଷିକ ଫାତେହା ସମାରୋହ ଉଦଯାପିତ

56

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ ରୋଡ଼ ସ୍ଥିତ ସରକାରନଗର ଖାନକାହଠାରେ ସିଦ୍ଧ ପୁରୁଷ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ହଜରତ ବଡ଼ ସରକାର ବାବା (ର.ଅ)ଙ୍କ ଅଷ୍ଟମ ବାର୍ଷିକ “ଫାତେହା” ପର୍ବ ପାଳିତ ହୋଇଯାଇଛି। ଆମ ରାଜ୍ୟ ତଥା ରାଜ୍ୟ ବାହାରୁ କଲିକତା, ବିହାର, ହାଇଦ୍ରାବାଦ, ଏହ୍ଲାବାଦ, ଦିଲ୍ଲୀ, କାଶ୍ମୀର ସହିତ ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ଭକ୍ତ ଯୋଗ ଦେଇଥିଲେ। କରୋନା କଟକଣା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଦୁଇ ବର୍ଷ ଧରି ଉର୍ସବ ବନ୍ଦ ରହିଥିଲା। ଚଳିତ ବର୍ଷ କଟକଣା ନ ଥିବାରୁ ଭକ୍ତମାନେ ଜନ ସମୁଦ୍ର ଭଳି ଆସି ପହଞ୍ôଚଥିଲେ। ଏହି ଉତ୍ସବରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିଲେ ଏବଂ ପ୍ରତ୍ୟେକ ଭକ୍ତମାନେ “ସଦଭାବନାର ପ୍ରତୀକ” ବଜାୟ ରଖି ଓ ଭାଇଚାରାକୁ ବଜାୟ ରଖି ଶାନ୍ତିଶୃଙ୍ଖଳା ସହିତ ଉତ୍ସବକୁ ଭକ୍ତମାନେ ସଫଳ କରିଥିଲେ। ଉତ୍ସବର ପୂର୍ବଦିନ ଭକ୍ତମାନେ ଖାନକାହ କମିଟିରେ ଶିରିଣୀ (ପ୍ରସାଦ) ଭୋଗ ପାଇଁ ଫଳସାମଗ୍ରୀ ଆଣି ପହଞ୍ଚାଇ ଦେଇଥିଲେ। ଅର୍ଦ୍ଧରାତ୍ରୀରେ ବଡ଼ ବାବାଙ୍କ ସମାଧି ପୀଠରେ ଜଳ ଲାଗି ଗୋସଲଖାନୀ କରି କମିଟିର ଚାଦର ଚଢ଼ାଯାଇଥିଲା। ସକାଳ ନମାଜ ପାଠ ସାରି କୋରାନଖାନୀ, ମିଲାଦ ଶରିଫ ଏବଂ “ଫାତେହା ଉତ୍ସବ” କାର୍ଯ୍ୟକ୍ରମ ସରିଲା ପରେ ସମସ୍ତ ଭକ୍ତଙ୍କୁ ଶିରିଣି (ଫଳ ପ୍ରସାଦ) ବଣ୍ଟନ କରାଯାଇଥିଲା। ଏହି ଉତ୍ସବରେ ପ୍ରତ୍ୟେକ ଧର୍ମର ଅନୁଗାମୀ ଭକ୍ତମାନେ ଆସି ବାବାଙ୍କୁ ଦର୍ଶନ କରିଛନ୍ତି ଓ ଏଠି କୌଣସି ଭେଦଭାବ ରହେ ନାହିଁ।

ଉତ୍ସବ ଦିନ ସକାଳ ୧୦ରୁ ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ ବାବାଙ୍କ ଭକ୍ତମାନେ ଚାଦର ଶୋଭାଯାତ୍ରା କରି ଚାଦର ଚଢ଼ାଇଥିଲେ। ଭକ୍ତମାନଙ୍କ ପାଇଁ ଖାନକାହଠାରେ ଫ୍ରି ଟି ଷ୍ଟଲ “ବଜମେ ହବିବ” ତରଫରୁ ଲଙ୍ଗରର ବ୍ୟବସ୍ଥା ଏବଂ ଭଦ୍ରକ ପୌରପାଳିକା ତରଫରୁ ଚେୟାରମ୍ୟାନ ଗୁଲମକ୍କି ହବିବ ନିଜେ ଉପସ୍ଥିତ ରହି ମାଗଣା ଖାଇବା ଭକ୍ତମାନଙ୍କୁ ବଣ୍ଟନ କରିଥିଲେ। ଏହି ଉତ୍ସବରେ ସବୁ ରାଜନୈତିକ ଦଳର ନେତା ତଥା ଭଦ୍ରକ ସାଂସଦ, ଭଦ୍ରକ ବିଧାୟକ, ପୂର୍ବତନ ବିଧାୟକ ମାନେ ଯୋଗଦାନ କରିଥିଲେ। “କାଦରୀ ବିରାଦରାନ” ଆନୁକୂଲ୍ୟରେ ଖାନକାହ ପରିସର ବାହାରେ ରାତ୍ରି ୮ ଘଟିକାରୁ ଅଦ୍ଧରାତ୍ରୀ ପର୍ଯ୍ୟନ୍ତ ଧର୍ମସଭାର ଆୟୋଜନ ହୋଇଯାଇଥିଲା। ଏହି ଧର୍ମସଭାରେ ଓଡ଼ିଶାର ସୁପ୍ରସିଦ୍ଧ ତଥା ଭଦ୍ରକ ଅଦବି ମରକଜର କବି ମୁସ୍ତାକ ଗୌହରଙ୍କ ସଂଚାଳନରେ ଆରମ୍ଭ ହୋଇଥିଲା। ଏଥିରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମୌଲାନା (ପଣ୍ଡିତ) ହାଇଦ୍ରାବାଦରୁ ମୌଲାନା ସୈୟଦ ଆଲେ ମୁସ୍ତାଫା କାଦରୀ, କର୍ଣ୍ଣାଟକରୁ ମୌଲାନା ସୈୟଦ ମହମ୍ମଦ ତନୱିର ହାସମୀ, ମହାରାଷ୍ଟ୍ରରୁ ମୌଲାନା ସୈୟଦ ଆଲମଗିର ଅସରଫ ଏବଂ ବିଭିନ୍ନ ରାଜ୍ୟରୁ ସାଏର (କବି)ମାନେ ଯୋଗଦାନ କରି ବଡ଼ ସରକାର ବାବାଙ୍କ ନିତିବାଣୀ ଉପରେ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.