Home ଜିଲ୍ଲା ପରିକ୍ରମା ପେନସନ ଓ ଜିପିଏଫ ଅଭିଯୋଗ ଶୁଣାଣି ସୁବ୍ୟବସ୍ଥାର ସମୀକ୍ଷା

ପେନସନ ଓ ଜିପିଏଫ ଅଭିଯୋଗ ଶୁଣାଣି ସୁବ୍ୟବସ୍ଥାର ସମୀକ୍ଷା

36

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ବୈଠକରେ ଜିଲ୍ଲାରେ ଥିବା ୭ଟି ବ୍ଳକ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କର ଭବିଷ୍ୟନିଧି ପାଣ୍ଠି(ଜିପିଏଫ), ପ୍ରାପ୍ୟରୁ ବଞ୍ଚି ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରଦାନ କରିବା ଓ ତ୍ୱରିତ୍ ପେନସନ ପ୍ରଦାନର ସୁବ୍ୟବସ୍ଥା କରିବା ପାଇଁ ଆଲୋଚନା କରାଯାଇଥିଲା। ଆଲୋଚନାରେ ପେନସନ ପ୍ରଦାନର ବିଳମ୍ବର କାରଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହାକୁ ସରଳ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ଏକ ବର୍ଷ ପୂର୍ବରୁ ଏନଓସି ପ୍ରଦାନ କରିବା, ଏନଓସି ପ୍ରଦାନରେ ବିଳମ୍ବ ନକରି ଆଫିଡେଭିଟ(ସତ୍ୟପାଠ) ଜରିଆରେ ପନେସନ ପ୍ରଦାନ କରିବା ଲାଗି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭବିଷ୍ୟନିଧି ପାଣ୍ଠିର ପାଖାପାଖି ଏକ କୋଟି ଟଙ୍କା ଭରଣା କରାଯାଇଥିବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କଲେକ୍ଟର ଅଶୋକ କୁମାର ମହାନ୍ତି ଧନ୍ୟବାଦ ଜଣାଇଥିଲେ। କଲେକ୍ଟର ଶ୍ରୀ ମହାନ୍ତି ସବିଶେଷ ତତ୍ୟକୁ ଉକ୍ତ ବୈଠକରେ ସମସ୍ତଙ୍କ ସମ୍ମୁଖରେ ଅବଗତ କରାଇଥିଲେ। ଉକ୍ତ ବୈଠକରେ ୭ଟି ବ୍ଳକର ବ୍ଲକ ଶିକ୍ଷାଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ। କଲେକ୍ଟରିଏଟ କର୍ମଚାରୀ ଅପରେଶ ଜନା, ପଦାରବିନ୍ଦ ମହାପାତ୍ର ମଧ୍ୟ ଉପସ୍ଥିତ ରିଂ ବୈଠକ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲା ଓଷ୍ଟା ଓ ପ୍ରାଥମିକ ଶିକ୍ଷକ ସଂଗଠନ ପକ୍ଷରୁ କଲେକ୍ଟରଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ରାଜ୍ୟ ମହା ସଚିବ ଚାରୁଲତା ମହାପାତ୍ର, ଓଷ୍ଟା ସଂପାଦକ ପ୍ରଦୀପ ଦାସ, ମନୋରଂଜନ ନାୟକ, ବାବୁଲା ରାଉତ, ସମୀର ଜେନା ପ୍ରମୁଖ ଉକ୍ତ ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.