Home ଓଡ଼ିଶା ପେଟ୍ରୋଲ ପମ୍ପରୁ ଗାଡି ଚୋରି ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ

ପେଟ୍ରୋଲ ପମ୍ପରୁ ଗାଡି ଚୋରି ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ

144

ପାଟଣା ୭-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ଲୁଟ ବଢିବା ରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତିରେ ସାହରପଡା ସାଇ ଫିଲିଙ୍ଗ ଷ୍ଟେସନ ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ଏକ ୪୦୭ ପିକ ଅପ ଭ୍ୟାନ ଗାଡି ଚୋରି ହୋଇଥିବା ପାଟଣା ଥାନା ରେ ଅଭିଯୋଗ ହୋଇଛି। OD O9 B 2739 ନମ୍ବର ବିଶିଷ୍ଟ ଠିକା କାମରେ ନିୟୋଜିତ ହୋଇଥିବା ୪୦୭ ଟିପର ଗାଡିଟି ପେଟ୍ରୋଲ ପମ୍ପରେ ରହିଥିବା ବେଳେ ୩ ଜଣ ଚୋର ଆସି ଗାଡିଟିକୁ ଚୋରି କରିନେଇଛନ୍ତି। ଆଉ ଚୋରିର ଲାଇଭ ଚିତ୍ର ସିସିଟିଭି ରେ ପୁରା ରେକର୍ଡ ହୋଇଛି। ଏନେଇ ଗାଡି ମାଲିକ ସଞ୍ଜୀବ ଦତ୍ତ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପାଟଣା ପୋଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.