Home କନ୍ଧମାଳ ତିନି ମାସ ପରେ ମଧ୍ୟ ସ୍ପୀଡ଼ ପୋଷ୍ଟ ଚିଠି ମିଳିଲାନାହିଁ :ତଦନ୍ତ ପାଇଁ ଦାବି

ତିନି ମାସ ପରେ ମଧ୍ୟ ସ୍ପୀଡ଼ ପୋଷ୍ଟ ଚିଠି ମିଳିଲାନାହିଁ :ତଦନ୍ତ ପାଇଁ ଦାବି

172

ବାଲିଗୁଡା, ୭/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହାସିଙ୍ଗି ପଞ୍ଚାୟତର ଅନୀଲ କୁମାର ପାତ୍ରଙ୍କ ର ଏକ ସ୍ପୀଡ଼ ପୋଷ୍ଟ ଚିଠି ଫୁଲବାଣୀ ରୁ ମହାସିଙ୍ଗି ଗ୍ରାମରେ ତିନି ମାସ ପରେ ମଧ୍ୟପହଞ୍ଚି ନଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ, ଶ୍ରୀପାତ୍ର ନିଜର ଡ୍ରାଇଭିଂ ଲାଇସେନ୍ସ ଫୁଲବାଣୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆବେଦନ କରିଥିଲେ ଆବେଦନ ପରେ କାର୍ଯ୍ୟାଳୟ କର୍ତ୍ତୃପକ୍ଷ ଚଳିତ ବର୍ଷ ଜୁଲାଇ ମାସ ୩୦ ତାରିଖରେ ସ୍ପୀଡ଼ ପୋଷ୍ଟ ଯୋଗେ ପଠାଇଥିଲେ। ତାହା ବାଲିଗୁଡା ପୋଷ୍ଟ ଅଫିସରୁ ଅଗଷ୍ଟ ୧ତାରିଖ ଦିନ ମହାସିଙ୍ଗି ପୋଷ୍ଟ ଅଫିସ କୁ ପଠାଯାଇଛି ବୋଲି ବାଲିଗୁଡା ପୋଷ୍ଟ ଅଫିସରୁ ଜଣାପଡିଛି, କିନ୍ତୁ ଏ ନେଇ ମହାସିଙ୍ଗି ଉପ ଡାକଘର ପୋଷ୍ଟମାଷ୍ଟ୍ର କିମ୍ବା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ଏଣୁ ଶ୍ରୀପାତ୍ର ବ୍ୟସ୍ତ ବିବ୍ରତ ମଧ୍ୟରେ ରହିବା ସହ ଡାକ ବିଭାଗ ର ବ୍ରହ୍ମପୁର, ଭୁବନେଶ୍ୱର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ତଦନ୍ତ କରି ନିଜର ଡ୍ରାଇଭିଂ ଲାଇସେନ୍ସ କିପରି ପାଇବେ ସେନେଇ ଲିଖିତ ଆକାରରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଡାକ ବିଭାଗ କର୍ତ୍ତୃପକ୍ଷ ଙ୍କ ଖାମଖିଆଲି ନୀତି ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଭବିଷ୍ୟତ ରେ ଯେପରି ଏଭଳି ଘଟଣା ନ ଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.