Home ଜିଲ୍ଲା ପରିକ୍ରମା ପୂର୍ବ ଶତ୍ରୁତାରୁ ପରିବାରକୁ ମରଣାନ୍ତକ ଆକ୍ରମଣ, ଗୁରୁତର କଟକ ସ୍ଥାନାନ୍ତର, ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ଶୂନ, ପରିବାର...

ପୂର୍ବ ଶତ୍ରୁତାରୁ ପରିବାରକୁ ମରଣାନ୍ତକ ଆକ୍ରମଣ, ଗୁରୁତର କଟକ ସ୍ଥାନାନ୍ତର, ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ଶୂନ, ପରିବାର ପକ୍ଷରୁ ଏସ୍‌ପିଙ୍କ ଦ୍ୱାରସ୍ଥ

26

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ବାଛୁରୀ ଗଛ ଖାଇବା ଭଳି ଏକ ସାମାନ୍ୟ ଘଟଣାକୁ ନେଇ ପୂର୍ବ ଶତ୍ରୁତାରୁ ଗୋଟିଏ ପକ୍ଷ ଅପରପକ୍ଷଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ହେଁ ଏହି ସଂଘର୍ଷରେ ଧୁଷୁରୀ ଥାନା ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ଆଜି ସ୍ଥାନୀୟ ପଙ୍ଗଟା ଗ୍ରାମର ନେତ୍ରମଣୀ ଶଙ୍ଖୁଆ ସପରିବାର ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ସଂପର୍କରେ ଅଭିଯୋଗକାରିଣୀ ଦେଇଥିବା ଅଭିଯୋଗ ପତ୍ର ମୂଳେ ପୂର୍ବ ଶତ୍ରୁତାକୁ ନେଇ ଉକ୍ତ ଗ୍ରାମର ସଦାନନ୍ଦ ବେହେରା, ସତ୍ୟଭାମା ବେହେରା, ଜ୍ୟୋସ୍ନାରାଣୀ ବେହେରା ପ୍ରମୁଖ ଗତ ୧୪ ତାରିଖରେ ତାଙ୍କ ନାତୁଣୀ ସୁଜାତାକୁ ଲୁହାରଡ୍‌ରେ ପିଟି କ୍ଷତାକ୍ତ କରିବା ସହ ତାଙ୍କ ଝିଅ ପ୍ରମିଳା, ଶାଶୁ ଲକ୍ଷ୍ମୀପ୍ରିୟା, ବଡ ନାତୁଣୀ ସୁପ୍ରିୟାଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ କରି ପ୍ରମିଳାଙ୍କୁ ମଧ୍ୟ ମାଡ ମାରି ଗୁରୁତର କରିଥିଲେ । ଏ ସଂପର୍କରେ ତାଙ୍କ ନାତୁଣୀ ସୁଜାତା ଗତ ୧୪ ତାରିଖରେ ଧୁଷୁରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ହେଁ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅଭିଯୁକ୍ତମାନେ କ୍ରୋଧାନ୍ୱିତ ହୋଇ ତାଙ୍କର ପୁତ୍ର ପ୍ରଶାନ୍ତ ଶଙ୍ଖୁଆ, ବୋହୂ ଅନିତାଙ୍କୁ ଶାବଳରେ ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏପରିକି ଅନିତାଙ୍କୁ ଅର୍ଦ୍ଧ ଉଲଗ୍ନ କରି ବଳତ୍କାର ଉଦ୍ୟମ କରିଥିଲେ । ଏହି ଗଣ୍ଡଗୋଳର ଖବର ପାଇ ସ୍ଥାନୀୟ ଲୋକେ ପହଞ୍ôଚ ଗୁରୁତର ଅନିତାଙ୍କୁ ୧୦୮ ଆମ୍ବୁଲାନ୍ସରେ ପ୍ରଥମେ ଭଦ୍ରକ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରିଥିଲେ । ଏବେ ସେ ସେଠାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ କୌଣସି ପୁରୁଷ ବ୍ୟକ୍ତି ଘରେ ନଥିବାରୁ ୧୫ ତାରିଖ ଦିନ ନେତ୍ରମଣୀ ପୁନର୍ବାର ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସ୍ଥାନୀୟ ପୁଲିସ୍ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଏବେ ଅଭିଯୁକ୍ତମାନେ ସାହସ ପାଇ ସେମାନଙ୍କ ପରିବାରକୁ ଜୀବନରୁ ମାରି ବଂଶ ବୁଡାଇଦେବାର ଚେତାବନୀ ଦେଉଛନ୍ତି । ଏଣୁ ଆଜି ଅଭିଯୁକ୍ତମାନଙ୍କ ପ୍ରତି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ନେତ୍ରମଣୀ ଓ ତାଙ୍କ ପରିବାର ଲୋକେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ଦ୍ୱାରସ୍ଥ ହେବା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଶ୍ୱରଂଜନ କେରକେଟା ଅଭିଯୋଗର ସତ୍ୟାସତ୍ୟ ସଂପର୍କରେ ପଚାରି ବୁଝି ଧୁଷୁରୀ ଥାନାଧିକାରୀଙ୍କୁ ଘଟଣାର ନିରପେକ୍ଷ ତଦନ୍ତର ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ତେବେ ଏହି ଘଟଣାରେ ଧୁଷୁରୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.