Home ଜିଲ୍ଲା ପରିକ୍ରମା ହାଇକୋର୍ଟ ମୁଖ୍ୟ ନ୍ୟାୟଧୀଶଙ୍କ ଦ୍ୱାରା ନୂତନ ନ୍ୟାୟାଳୟ ପରିସର ଉଦ୍‌ଘାଟିତ

ହାଇକୋର୍ଟ ମୁଖ୍ୟ ନ୍ୟାୟଧୀଶଙ୍କ ଦ୍ୱାରା ନୂତନ ନ୍ୟାୟାଳୟ ପରିସର ଉଦ୍‌ଘାଟିତ

21

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବନିର୍ମିତ ନ୍ୟାୟାଳୟ ପରିସର, ଭଦ୍ରକ ଆଜି ଏକ ଉତ୍ସବ ମୁଖର ପରିବେଶରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲିଧରଙ୍କ ଦ୍ୱାରା ଆଭାସି ଜରିଆରେ ଉଦ୍‌ଘାଟିତ ହୋଇଯାଇଛି । ତାଙ୍କ ସହିତ ଅନ୍ୟତମ ଅତିଥିଭାବେ ହାଇକୋର୍ଟର ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଦେବବ୍ରତ ଦାଶ ଉପସ୍ଥିତ ଥିଲେ । ଭଦ୍ରକ ଜିଲ୍ଲାର ଗେଲପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନଳାଙ୍ଗଠାରେ ୫ନଂ ଜାତୀୟ ରାଜପଥ ପାଶ୍ୱର୍ରେ ୫ ଏକର ଜାଗା ପରିସରରେ ପ୍ରାୟ ୨୯ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ନ୍ୟାୟାଳୟ ପରିସରର ଉଦ୍‌ଘାଟନୀ ସାଜସଜ୍ଜା ଆଜି ଖୁବ୍ ସୁନ୍ଦର ଓ ଆକର୍ଷକ ଥିଲା । ଆଭାସି ମାଧ୍ୟମରେ ହୋଇଥିବା ଏହି ଉଦ୍‌ଘାଟନୀ ଉତ୍ସବରେ ନ୍ୟାୟାଳୟ ପରିସରରେ ଜିଲ୍ଲା ଓ ଦୌରାଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଏସ୍‌. ପି. ଚରଣସିଂ ମୀନା , ଭିଜିଲ୍ଲାନ୍ସ ଜଜ୍ ବାଲେଶ୍ୱର ଶିଖାରାଣୀ ରଥ, ଜଜ୍ ପରିବାର ଅଦାଲତ, ପ୍ରଶନ୍ନ କୁମାର ପଣ୍ଡା, ଆଡ଼୍‌ହକ, ଆଡ଼ିସନାଲ ଡ଼ିଷ୍ଟ୍ରିକ୍ଟ ଏଣ୍ଡ ସେସନ୍ସ ଜଜ୍‌, ମୀନତି କୁମାରୀ ପଣ୍ଡା, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଆଶିଷ କୁମାର ତ୍ରିପାଠୀ, ରେଜିଷ୍ଟ୍ରାର ତଥା ଆସିଷ୍ଟାଣ୍ଡ ସେସନ୍‌ସ ଜଜ୍ ଅବକାଶ ଚୌଧୁରୀ, ସେକ୍ରେଟାରୀ ଡ଼ାଲସା ସୁଶ୍ରୀ ସମାପିକା ମହାନ୍ତି, ସିନିୟର ସିଭିଲ ଜଜ୍ ହିମାଶୁଂ ଶେଖର ବିଶ୍ୱାଳ, ଅତିରିକ୍ତ ସିନିଅର ସିଭିଲ ଜଜ୍ ଶର୍ମିଷ୍ଠା ଦାସ, ଏସ୍‌.ଡ଼ି ଜେ.ଏମ ଅଳକାନନ୍ଦା ମହାନ୍ତି, ସିଭିଲ ଜଜ୍ ଅବିନାଶ ଚିନ୍ନାରା, ଜେ.ଏମ୍‌.ଏଫ୍‌.ସି. ନୀଳିମା ଷଡ଼଼ଙ୍ଗୀ, ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ପ୍ରଜ୍ଞାପରମିତା ମହାନ୍ତି, ରୀତିକା ଜେନା, ପ୍ରୋବେସନ ଅଫିସର ପ୍ରୀତିଷ୍ କୁମାର ସାମଲ ଓ ସୁଶ୍ରୀ କୃଷ୍ଣା ମିଶ୍ର, ଅଧ୍ୟକ୍ଷ ପି.ଏଲ.ଏ. ଆଣ୍ଡ ପି.ୟୁ.ଏସ୍‌. ଦ୍ୟୁମତ ସେନ ନାୟକ, କୋର୍ଟ ମ୍ୟାନେଜର ମାନସ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । ଆଭାସି ଯୋଗାଯୋଗରେ ଅନୁଷ୍ଠିତ ଏହି ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟ ବିଚାରପତିମାନେ ମଧ୍ୟ ଯୋଗ ଦେଇଥିଲେ । ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ଗଣ ଏହି ଉତ୍ସବରେ ଯୋଗ ଦେଇଥିଲେ । ପୂର୍ତ୍ତବିଭାଗ ଦ୍ୱାରା ଏହି ନ୍ୟାୟଳୟ ପରିସରର ନିର୍ମାଣ କାର୍ଯ୍ୟ ୨୦୧୫ ମସିହାର ଶେଷ ଭାଗରୁ ଆରମ୍ଭ ହୋଇ ୨୦୨୧ମସିହା ମାର୍ଚ୍ଚମାସ ଶେଷ ସୁଦ୍ଧା ସମାପ୍ତ କରାଯାଇଥିଲା । ଭଦ୍ରକର ସଦର ମହକୁମାରେ କାର୍ଯ୍ୟ କରୁଥିବା ଜିଲ୍ଲା ଏବଂ ଅଧସ୍ତନ ସମସ୍ତ କୋର୍ଟ ଆସନ୍ତା ତା.୨୦.୧୨.୨୦୨୧ ରିଖରୁ ନବ ନିର୍ମିତ ଏହି ନ୍ୟାୟାଳୟ ପରିସରରେ କାର୍ଯ୍ୟକରିବ ବୋଲି ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.