Home ଓଡ଼ିଶା ପୂର୍ବ ଶତୃତାକୁ ନେଇ ସାନଭାଇର ବୋମାମାଡ଼ରେ ବଡ଼ଭାଇ ଗୁରୁତର

ପୂର୍ବ ଶତୃତାକୁ ନେଇ ସାନଭାଇର ବୋମାମାଡ଼ରେ ବଡ଼ଭାଇ ଗୁରୁତର

20

ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନୂଆଗାଁ ବ୍ଳକ ବାହାଡ଼ାଝୋଲାର ମାଣିକପାଟଣାସାହିରେ ରାଜନୈତିକ ହିଂସାରୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ବଡ଼ଭାଇ ଓ ସାନଭାଇ ଭିତରେ ପୂର୍ବ ଶତୃତାକୁ ନେଇ ଏପରି ବୋମାମାଡ଼ ଘଟିଥିବାବେଳେ ସାନଭାଇର ବୋମାମାଡ଼ରେ ବଡ଼ଭାଇକୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି। ଖବରନେବାରେ ଜଣାପଡ଼ିଛି ମାଣିକପାଟଣା ଗ୍ରାମର ସ୍ୱର୍ଗତ ବନମାଳୀ ନାୟକଙ୍କ ସାନପୁଅ ଦିଲ୍ଲୀପ ନାୟକ ଓ ବଡ଼ପୁଅ ପ୍ରଦୀପ ନାୟକ ମଧ୍ୟରେ ପୂର୍ବ ଶତୃତା ଲାଗି ରହିଥିଲା। ବଦ୍‌ଲା ନେବାପାଇଁ ଦିଲ୍ଲୀପ ସୁଯୋଗ ଖୋଜୁଥିଲାବେଳେ ବଡ଼ଭାଇ ପ୍ରଦୀପ ବାହାଡ଼ଝୋଲା ଟ୍ରାଫିକ ଛଳରେ ବୁଲାବୁଲି କରୁଥିବାବେଳେ ଏଳୁଟିଆ ଦେଖି ହଠାତ୍ ବୋମାମାଡ଼ କରିଥିଲା। ଫଳରେ ପ୍ରଦୀପ ସେହିଠାରେ ପଡ଼ିଯାଇଥିଲା। ପ୍ରଦୀପକୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍କାଳୟକୁ ନିଅ।।ଯାଇଥିଲା। ହେଲେ ସେଠାରେ ପ୍ରଦୀପର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ କଟକ ବଡ଼ ଡାକ୍ତରଖାନା ପଠେଇ ଦିଅ।।ଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.