Home ଜିଲ୍ଲା ପରିକ୍ରମା ଇଟାମାଟି ଗ୍ରାମବାସୀଙ୍କ ଦ୍ୱାରା ଯବାନ ସମ୍ମାନୀତ

ଇଟାମାଟି ଗ୍ରାମବାସୀଙ୍କ ଦ୍ୱାରା ଯବାନ ସମ୍ମାନୀତ

10

ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଇଟାମାଟି ଗ୍ରାମବାସୀଦ୍ୱାରା ସୀମାନ୍ତରେ କାର୍ଯ୍ୟ କରୁଥିବା ଯବାନ କୈଳାସ ଚନ୍ଦ୍ର ସାହୁଙ୍କୁ ଯଥୋଚିତ ସମ୍ମାନୀତ କରାଯାଇଛି। ଇଟାମାଟି ପାଇକସାହିର କୈଳାସ ଦୀର୍ଘ ୨୦ବର୍ଷ୧୦ମାସ ୨୩ ଦିନ ବର୍ଡ଼ର ସିକ୍ୟୁରିଟି ଫୋର୍ସଭାବେ ଦକ୍ଷତାର ସହ କାର୍ଯ୍ୟ କରି ଆସୁଥିଲାବେଳେ ସେ ସେ ଅବସର ନେଇ ନିଜଘର ଇଙ୍କାମାଟିକୁ ଫେରିଛନ୍ତି। ଏହି ପରିପ୍ରେକ୍ଷିରେ ଇଟାମାଟି ଗ୍ରାମର ଯୁବକ, ଛାତ୍ର ତଥା ଗ୍ରାମବାସୀମାନେ ତାଙ୍କୁ ସମ୍ମାନୀତ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। ବର୍ଡ଼ରରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ଅଙ୍ଗେ୍‌ନିଭା କଥାକୁ କୈଳାସ ସମସ୍ତଙ୍କ ଆଗରେ ବଖାଣିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଭାଗିରଥୀ ବାଇ, ଦୀପକ ପଟ୍ଟନାୟକ, ମାନସ ସାହୁ, ସୁରେନ୍ଦ୍ର ପ୍ରଧାନ.ସାଇ ଶୁଭମ୍ ଓ ଇଟାମାଟି ଗ୍ରାମର ବହୁ ସଂଖ୍ୟାରେ ଯୁବଛାତ୍ର ଯୋଗଦେଇ ଯବାନଙ୍କୁ ସମ୍ମାନ ଜଣାଇ ପାଛୋଟି ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.