Home ଜିଲ୍ଲା ପରିକ୍ରମା ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଗଣଧାରଣା

ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଗଣଧାରଣା

20

ନୟାଗଡ଼, ୬ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓ ନୟାଗଡ଼ ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ନୟାଗଡ଼ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ବାସୁଦେବ ମହାନ୍ତି, ପ୍ରଭାସ ମହାନ୍ତିଙ୍କ ନେତୃତ୍ୱରେ ଗଣଧାରଣା କରାଯାଇଥିଲାବେଳେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଳା ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଶ୍ରମିକ-କୃଷକ ବିରୋଧୀ ଆଇନର ପ୍ରତ୍ୟାହାର, ଦେଶର ସମସ୍ତ ସଂଗଠିତ, ଅଣ ସଂଗଠିତ ଶ୍ରମିକ, ଅଙ୍ଗନୱାଡ଼ି ଓ ମଧ୍ୟାହ୍ନ ଭୋଜନରେ ନିୟୋଜିତ ପାଚିକା ଓ ସହାୟିକାଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା, ସରକାରୀ ସଂସ୍ଥା ଗୁଡ଼ିକର ବ୍ୟବସାୟୀକରଣ ତଥା ପ୍ରାଇଭେଟାଇଜେସନ ବନ୍ଦ, କୋଗିଡ୍‌-୧୯ ମହାମାରୀ ସମୟରେ ଶ୍ରମିକ ମାନଙ୍କର ଦରମା କଟାନଯାଇ ପୂର୍ଣ୍ଣ କାଳୀନ ଦରମା ପ୍ରଦାନ, ରାଜ୍ୟ ସରକାରଙ୍କ ଭଳି କେନ୍ଦ୍ର ସରକାର କେନ୍ଦ୍ର ସରକାର ସମସ୍ତ ଶ୍ରମିକଙ୍କୁ କୋଭିଡ୍ ସହାୟତା ପ୍ରଦାନ କରିବା ଆଦି ଦାବି ଅନ୍ତର୍ଭୁକ୍ତ ଥିଲା। ଏହି ଗଣଧାରଣାରେ ବହୁ ସଂଖ୍ୟାରେ ମହିଳା ଶ୍ରମିକ ଯୋଗଦେଇଥିଲେ। ସେହିପରି ପୃଥକଭାବେ ଶ୍ରମିକ ମଂଚ ସଭାପତି ଶୂନ୍ୟଜୟୀ ମିଶ୍ରଙ୍କ ନେତୃତ୍ୱରେ ଶ୍ରମିକ ମହାସଂଘ ଓ କଳିଙ୍ଗ ନିର୍ମାଣ ଶ୍ରମିକ ମଂଚ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.