Home ଜିଲ୍ଲା ପରିକ୍ରମା ପୂର୍ବ ପାକିସ୍ତାନ ସ୍ୱାଧୀନତା ଯୁଦ୍ଧର ଅନନ୍ୟ ସେନାନୀ ଭଗବାନ ଦାସଙ୍କ ବିୟୋଗରେ ଶୋକ

ପୂର୍ବ ପାକିସ୍ତାନ ସ୍ୱାଧୀନତା ଯୁଦ୍ଧର ଅନନ୍ୟ ସେନାନୀ ଭଗବାନ ଦାସଙ୍କ ବିୟୋଗରେ ଶୋକ

141

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୭୫ ମସିହା ଭାରତ ଓ ପୂର୍ବ ପାକିସ୍ତାନ ସ୍ୱାଧୀନତା ଯୁଦ୍ଧର ଅନନ୍ୟ ଭାରତୀୟ ସେନାନୀ ତଥା ବିଶିଷ୍ଟ ସମାଜସେବୀ ଭଦ୍ରକର ଭଗବାନ ଦାସଙ୍କ ବିୟୋଗରେ ସମଗ୍ର ଜିଲାରେ ଶୋକର ଛାୟା ଖେଳିଯାଇଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ପୌରପାଳିକା ଅଧୀନସ୍ଥ କଦମବେଡା ଇସଫପୁର ନିବାସୀ ଭଗବାନ ଦାସଙ୍କର ବୟସାଧିକ ସ୍ୱାସ୍ଥ୍ୟବସ୍ଥାର ଅବନତି କାରଣରୁ ୮୫ ବର୍ଷ ବୟସରେ ଗତକାଲି ଦେହାନ୍ତ ଘଟିଛି । ତେବେ ସେ ତାଙ୍କର ଯୁବକ ଅବସ୍ଥାରେ ୧୯୬୩ ରୁ ୧୯୭୮ ମସିହା ପର୍ଯ୍ୟନ୍ତ ଭାରତୀୟ ସେନାନୀରେ ଯୋଗଦେଇ ନିଜ ବୀରତ୍ୱର ପରାକାଷ୍ଠା ଦେଖାଇଥିଲେ । ବିଶେଷକରି ଭାରତ ଓ ପୂର୍ବ ପାକିସ୍ତାନର ସ୍ୱାଧୀନତା ଯୁଦ୍ଧରେ ସେ ଯେଭଳି ଭାବେ ନିଜ ସାହସିକତାର ପରିଚୟ ଦେଇଥିଲେ, ତାହା ତାଙ୍କୁ ଚିରଦିନ ଅମର କରି ରଖିବ । ତାଙ୍କ ବିୟୋଗରେ କେବଳ ଭଦ୍ରକ ନୁହେଁ ସମଗ୍ର ଜିଲାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ମୃତ୍ୟୁ ଖବର ପାଇ ସହରର ବହୁ ବୁଦ୍ଧିଜୀବୀ, ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷ କରୋନା ଜନିତ ସାମାଜିକ ଦୂରତା ବଜାୟ ରଖି ମର ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.