Home ଜିଲ୍ଲା ପରିକ୍ରମା ଭଦ୍ରକରୁ ଆନ୍ତଃରାଜ୍ୟ ଡକାୟତି ଦଳ ଠାବ, ମାରଣାସ୍ତ୍ର ସହ ୩ ଗିରଫ, ୪ ଫେରାର

ଭଦ୍ରକରୁ ଆନ୍ତଃରାଜ୍ୟ ଡକାୟତି ଦଳ ଠାବ, ମାରଣାସ୍ତ୍ର ସହ ୩ ଗିରଫ, ୪ ଫେରାର

38

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡକାୟତି ପାଇଁ ସଜବାଜ ହୋଇଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌କୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଠାବ କରିବାରେ ସକ୍ଷମ ହୋଇଥିବା ବିଷୟ ଆଜି ଥାନାଧିକାରୀ ଆଲୋକ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ଜେନାଙ୍କ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବାବେଳେ ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ହରିପୁର ଛକ ନିକଟରେ ଏହି ଗ୍ୟାଙ୍ଗ୍‌କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଏମାନେ ବିଭିନ୍ନ ଅଂଚଳରେ ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ବିଷୟ ଜଣାପଡିଛି । ପୁଲିସ୍ ସେମାନଙ୍କ ନିକଟରୁ ଗୋଟିଏ ଭୁଜାଲି, ଦୁଇଟି ଲୁହାରଡ୍ ଜବତ କରିବା ସହ ଭୁବନେଶ୍ୱରର ସାଗର ସେଠୀ, ସ୍ଥାନୀୟ କୋର୍କରାର ସମରେନ୍ଦ୍ର ମଲ୍ଲିକ ଓ ଭଦ୍ରକ କୁଆଁସ ଗ୍ରାମର ଶିବ ମଲ୍ଲିକଙ୍କୁ କେଶ୍ ନଂ ୩୪୩,ଦଫା ୩୯୯/୪୦୨, ଆର ଡବ୍ଲ୍ୟୁ ଏସ୍ ୨୭ ଆର୍ମସ୍ ଆକ୍ଟରେ ଗିରଫ କରିଛନ୍ତି । ଅନ୍ୟତମ ଅଭିଯୁକ୍ତ ବାଦଲ ରାଉତ ଓ ଅନ୍ୟ ୩ ଜଣ ଅନ୍ଧାରର ସୁଯୋଗରେ ଫେରାର ହୋଇଯିବାର ସକ୍ଷମ ହୋଇଛନ୍ତି ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.