Home ଜିଲ୍ଲା ପରିକ୍ରମା ନାଟ୍ୟକାର ସୁଧାକର ନନ୍ଦଙ୍କୁ ଭଣ୍ଡାରିପୋଖରୀରେ ସମ୍ବର୍ଦ୍ଧନା

ନାଟ୍ୟକାର ସୁଧାକର ନନ୍ଦଙ୍କୁ ଭଣ୍ଡାରିପୋଖରୀରେ ସମ୍ବର୍ଦ୍ଧନା

27

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ସୁଧାକର ନନ୍ଦଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବରିଷ୍ଠ ନାଗରିକ ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ଉତ୍ôସବରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି, ସମାଜସେବୀ ବଦ୍ରୀନାରାୟଣ ଧଳ, ଗୋଲକ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରହରି ମହାନ୍ତି ଓ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାଟିର ସନ୍ତାନ ଶ୍ରୀନନ୍ଦଙ୍କ ନାଟ୍ୟ ପ୍ରତିଭା, ସମାଜସେବା ଆଦି ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ବିଜୟ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, କାଳୀପୂଜା କମିଟି ପକ୍ଷରୁ ଡ ଯୋଗେନ୍ଦ୍ରନାଥ ଦାଶ, ସମାଜସେବୀ ରଜନୀକାନ୍ତ ଚନ୍ଦ, ଲଳିତ ରାଉତ, ଶିକ୍ଷାବିତ ଘନଶ୍ୟାମ ଥାଟୋଇ, ଉମାକାନ୍ତ ଯେନା, ଶାରଦା ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ମଞ୍ଚ, ଶାରଦା ବିଦ୍ୟାମନ୍ଦିର, କନିଷ୍ଠ ମହାବିଦ୍ୟାଳୟ ଓ କଲଚରାଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶାରଦା ବିଦ୍ୟାମନ୍ଦିର ପକ୍ଷରୁ ଅନୁସୂୟା ମହାନ୍ତି, କନିଷ୍ଠ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, କଲଚରାଲ ଏକାଡେମୀ ପକ୍ଷରୁ ଅନନ୍ତ ତ୍ରିପାଠୀ, ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଧନେଶ୍ୱର ନାୟକ ମାନପତ୍ର ପାଠ କରିଥିଲେ । ମଞ୍ଚାସୀନ ଅତିଥିମାନେ ଶ୍ରୀ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅତିଥି ପରିଚୟ ପବନ କୁମାର ନାୟକ, ସ୍ୱାଗତ ଭାଷଣ ଶ୍ରୀ କରଣ ଧନ୍ୟବାଦ ଶ୍ରୀ ତ୍ରିପାଠୀ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.