Home ଜିଲ୍ଲା ପରିକ୍ରମା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଭଦ୍ରକ ଓକିଲସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଭଦ୍ରକ ଓକିଲସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

55

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲାର ବାସୁଦେବପୁରର ଅଦ୍ୱିତୀୟ ନେତା ଏବଂ ବିଜୁଜନତା ଦଳର ରାଜ୍ୟ ଉପସଭାପତି ବିଜୟଶ୍ରୀ ରାଉତରାୟଙ୍କର ବିୟୋଗରେ ଭଦ୍ରକ ଓକିଲସଂଘ ପକ୍ଷରୁ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି । ଓକିଲସଂଘର ସଭାଗୃହ ପରିସରରେ ସଂଘର ସଭାପତି ଦିଲ୍ଲୀପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା, ବଟକୃଷ୍ଣ ଦାସ, ଯତିକାନ୍ତ ନାୟକ, ରାଧା ଦାସ, ସନ୍ତୋଷ ଆଚାର୍ଯ୍ୟ, ପ୍ରବନ ଶର୍ମା, ସଂଘର ଉପସଭାପତି କରୁଣାକର ଦାଶ, ଓକିଲ ସଂଘର ସଂପାଦକ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ପୂର୍ବତନ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବାସହିତ ସେ ଜଣେ ରାଜ୍ୟର ଅଦ୍ୱିତୀୟ ନେତା ଥିଲେ ବୋଲି କହିଥିଲେ । ସେ ଜଣେ ସ୍ପଷ୍ଟବାଦୀ ଏବଂ ଦାୟିତ୍ୱ ସମ୍ପନ୍ନ ତଥା ଲୋକପ୍ରିୟ ରାଜନେତା ଭାବରେ ଭଦ୍ରକ ଜିଲ୍ଲା କାହିଁକି ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶ୍ରୀ ରାଉତରାୟଙ୍କ ଏକମାତ୍ର ପରିବାର ଯାହାକି ରାଜ୍ୟରେ ତିନି ପିଢୀ ଧରି ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରି ଆସିଛନ୍ତି । ତାଙ୍କ ବିୟୋଗରେ ଜିଲ୍ଲାରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଆଇନ୍‌ଜୀବୀମାନେ ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବିଜନ ଜେନା, କରୁଣାକର ଦାଶ, ବେଣୁଧର ମଲ୍ଲିକ,ସୌମତ ଦେ, ସନ୍ତୋଷ ନାୟକ, ସନ୍ତୋଷ ମହାପାତ୍ର, ହରିହର ଧଳ,କୋଷାଧ୍ୟକ ସୁରେନ୍ଦ୍ର କର,ସହ ସଂପାଦକ ନିକୁଞ୍ଜ ପୁହାଣ, ସହସଂପାଦକ ପାଠାଗାର ଅଶୋକ ନାୟକ, କାର୍ଯ୍ୟକାରୀ ସଦସ୍ୟ ସଂଗ୍ରାମ କେଶରୀ ଜେନା, କିଶୋର ବଳ, ଦାମୋଦର ପଣ୍ଡା, ଗଣେଷ ଦାସ ସମେତ ବହୁ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀମାନେ ଉପସ୍ଥିତି ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସରକାରଙ୍କ କୋଭିଡ଼ ନିୟମକୁ ଅନୁପାଳନ କରାଯାଇ ସାମାଜିକ ଦୂରତା ରକ୍ଷା କରିବା ସହିତ ସମସ୍ତ ଆଇନ୍‌ଜୀବୀମାନେ ମାକ୍ସ ପରିଧାନ କରି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.