Home ଜିଲ୍ଲା ପରିକ୍ରମା ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଓ ଦୋଷୀଙ୍କୁ ଦଣ୍ଡ ଦାବି କଲା ବିଏମ୍‌ଏସ୍

ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଓ ଦୋଷୀଙ୍କୁ ଦଣ୍ଡ ଦାବି କଲା ବିଏମ୍‌ଏସ୍

78

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ସମୟରେ ହୋଇଥିବା ହିଂସାକାଣ୍ଡକୁ ତୀବ୍ର ନିନ୍ଦା କରିଛି ଭାରତୀୟ ମଜଦୁର ସଂଘ । ଏହି ହିଂସାକାଣ୍ଡ ପୂର୍ବ ଯୋଜନା ଅନୁଯାୟୀ ବୋଲି ଆରୋପ କରିଛି । ଏଥି ସହିତ ସଂଘ ଆଜିର ଦିନକୁ ଦେଶବ୍ୟାପୀ ବଙ୍ଗଳା ଏକତା ଦିବସ ଭାବେ ପାଳନ କରି ଦେଶ ବିଘଟନକାରୀ, ମାନବ ସମାଜ ଦ୍ରୋହୀଙ୍କ ବିରୁଦ୍ଧରେ ଅବିଳମ୍ବେ ଦଣ୍ଡବିଧାନ ଦାବି କରିଛି । ଏଥି ନିମନ୍ତେ ଆଜି ଭାରତୀୟ ମଜଦୁର ସଂଘ ବିଏମ୍‌ଏସ୍ ଭଦ୍ରକ ଜିଲ୍ଳା କମିଟି ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପ୍ରତିବାଦ ସଭାରେ ପଶ୍ଚିମବଙ୍ଗରେ ନିର୍ବାଚନ ଘୋଷଣାର କେଇଘଣ୍ଟା ମଧ୍ୟରେ ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ରାଜ୍ୟର ମତ୍ସ୍ୟଜୀବୀ, ବୁଣାକାର, ଷ୍ଟ୍ରିଟ୍ ଭେଣ୍ଡରଙ୍କ ଭଳି ଗରିବ ମଜଦୁର ଶ୍ରେଣୀର ଲୋକଙ୍କ ଉପରେ ଗୁଣ୍ଡାଗର୍ଦ୍ଦି, ମରଣାନ୍ତକ ଆକ୍ରମଣ ଯାହା ସେମାନଙ୍କୁ ରାଜ୍ୟ ଛାଡିବାକୁ ବାଧ୍ୟ କରିଛି । ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ନିଆଁ ଲଗାଇ ଜାଳି ଦିଆଯାଇଛି । ବୁଣାକାରଙ୍କ ବୁଣାଯନ୍ତ୍ର ନଷ୍ଟ କରି ଦିଆଯାଇଛି । ବିଡ଼ି ଶ୍ରମିକମାନଙ୍କ ଉପରେ ନିର୍ଦ୍ଦୟ ଭାବେ ଆକ୍ରମଣ କରାଯାଇଛି । ଯେଉଁ ଘଟଣାସବୁ ସମଗ୍ର ମାନବ ସମାଜକୁ ସ୍ତବ୍ଧ କରି ଦେଇଛି । ଭାରତୀୟ ମଜଦୁର ସଂଘ, ‘ନ୍ୟାୟଯୁକ୍ତ ଅନୁସନ୍ଧାନ ସହିତ ଶୀଘ୍ର ନ୍ୟାୟ’ ନିଶ୍ଚିତ କରିବାକୁ ସଂଘ ଦୃଢ ଭାବେ ଦାବି ଉପସ୍ଥାପନ କରିଛି । ନିର୍ବାଚନ ପରବର୍ତ୍ତୀ ହିଂସାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଭାବେ ଦଣ୍ଡ ବିଧାନ କରାଯିବା, ସମସ୍ତ ପ୍ରଭାବିତ ଗରିବ, ନିଷ୍ପେଷିତ ଏବଂ ଅନ୍ୟ ନାଗରିକମାନଙ୍କୁ ବଙ୍ଗ ସରକାର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା, ସେମାନଙ୍କ ଉଜୁଡା ସଂସାରକୁ ଯୋଡିଦେବାର କାର୍ଯ୍ୟ ଅବିଳମ୍ବେ ଆରମ୍ଭ କରିବା, ସର୍ବୋପରି ଏହି ମାମଲା ଗୁଡ଼ିକୁ ଏନ୍‌ଆଇଏକୁ ହସ୍ତାନ୍ତର କରିବାକୁ ଦାବି କରାଯାଇଛି । ଏହି ପ୍ରତିବାଦ ସଭାରେ ସଂଘର ରାଜ୍ୟ ଉପସାଧାରଣ ସମ୍ପାଦକ ଶାନ୍ତନୁ କୁମାର ମହାପାତ୍ର, ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ସାହୁ, ସଂଗଠନ ସମ୍ପାଦକ ପରେଶ ନାଥ ଧଳ, କମଳାକାନ୍ତ ସାହୁ, ଜ୍ୟୋତିପ୍ରକାଶ ଦାସ, ଅଭିଷେକ ଜେନା, ସୁନୀଲ ନାୟକ, ଲକ୍ଷ୍ଣଣ ଜେନା, ପ୍ରଶାନ୍ତ ସେଠୀ, ପ୍ରଦୀପ୍ତ କିଶୋର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.